www.samajalive.in
Sunday, December 7, 2025
14.1 C
Bhubaneswar

ମାଆଙ୍କ ପାଇଁ ଦିନଟିଏ ; ମାଆଙ୍କ ଉପରେ ଆଧାରିତ ହୃଦୟସ୍ପର୍ଶୀ ଚଳଚ୍ଚିତ୍ର

ମଧୁର ଶବ୍ଦ ମାଆ। ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ଏହି ଶବ୍ଦ ନିଆର। ଏପରି ଦେଖିବାକୁ ଗଲେ ମାଆଙ୍କୁ ଭଲ ପାଇବା ବାଖ୍ୟା କରିବା ପାଇଁ କୌଣସି ଗୋଟିଏ ଦିନ ଯଥେଷ୍ଟ ନୁହେଁ। ସବୁଦିନ ମାଆଙ୍କ ପାଇଁ ପାଳନ କଲେ ମଧ୍ୟ ତାହା କମ। ମାତ୍ର ପ୍ରତ୍ୟେକ ବର୍ଷ ମଇ ମାସର ୨ୟ ରବିବାରକୁ ମାଆଙ୍କ ପାଇଁ ଦିନଟିଏ (ମଦର୍ସ ଡେ) ପାଳନ କରାଯାଇଥାଏ। ଆଜିର ଏହି ବିଶେଷ ଦିନରେ ବଲିଉଡର କିଛି ପ୍ରସିଦ୍ଧ ଚଳଚ୍ଚିତ୍ର ବିଷୟରେ ଜାଣନ୍ତୁ ଯାହା ମାଆଙ୍କ ଉପରେ ଆଧାରିତ।
ମଦର ଇଣ୍ଡିଆ (୧୯୫୭)
କେହି ମଧ୍ୟ ଏହି ଚଳଚ୍ଚିତ୍ରକୁ ଭୁଲି ପାରିବେ ନାହିଁ। ମହବୁବ ଖାନଙ୍କ ନିଦ୍ଦର୍ଶନରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ରରେ ମଦର ଇଣ୍ଡିଆ ଭାବେ ନରଗିସ ମାଆଙ୍କ ଭୂମିକା ପ୍ରଦର୍ଶନ କରିଥିଲେ। ଯେ ନିଜ ପିଲା ପାଇଁ ସାରା ଦୁନିଆ ସହ ଲଢେଇ କରିଥିଲେ। ଏହି ଚଳଚ୍ଚିତ୍ର ମାଆର ଅଭିନୟ ଖୁବ ଦୁଃଖୀ ରହିଥିଲା। ଯାହାରକୁ ଦେଖି ସଭିଁଙ୍କ ଆଖିରୁ ଲୁହର ଧାର ବହିଯାଏ। ଏହି ଚଳଚ୍ଚିତ୍ର ସେବେ ଠାରୁ ନେଇ ଆଜି ଯାଏଁ ଖୁବ ପ୍ରସିଦ୍ଧି ଲାଭ କରିଛି।
ମାଆ (୧୯୭୬)
ମଦର ଇଣ୍ଡିଆ ପରେ ଧର୍ମେନ୍ଦ୍ର ଓ ହେମା ମାଲିନୀଙ୍କ ଦ୍ୱାରା ଅଭିନୀତ ଚଳଚ୍ଚିତ୍ର ମାଆ ଆସିଥିଲା। ଏହି ଚଳଚ୍ଚିତ୍ରର କାହାଣୀ ମଧ୍ୟ ଲୋକଙ୍କ ମନକୁ ବେଶ କିଣିଥିଲା।
ମଆ ( ୧୯୯୨)
୧୬ ବର୍ଷ ପରେ ପୁଣି ମାଆଙ୍କ ଉପରେ ଆଧାରୀତ ଆଉ ଏକ ଚଳଚ୍ଚିତ୍ର ଆସିଥିଲା। ଏହି ଚଳଚ୍ଚିତ୍ରରେ ମାଆ ଭୂମିକାରେ ଜୟ ପ୍ରଦା ଅଭିନୟ କରିଥିଲେ। ଚଳଚ୍ଚିତ୍ର ଜୟ ପ୍ରଦା ମୃତ୍ୟୁ ପରେ ମଧ୍ୟ କିଭଳି ନିଜ ଛୁଆକୁ ସମସ୍ତ ବିପଦରୁ ରକ୍ଷା କରିଥିଲେ ତାହା ହିଁ ଥିଲା ମୁଖ୍ୟ ଆକର୍ଷଣ। ଚଳଚ୍ଚିତ୍ରରେ ମାଆର ମମତା ଓ ଶତ୍ରୁଙ୍କ ପାଇଁ ପ୍ରତିଶୋଧ ଉଭୟ ଦେଖିବାକୁ ମିଳିଥିଲା।
ଲିସନ ଅମାୟା (୨୦୧୩)
ଚଳଚ୍ଚିତ୍ର ଲିସନ ଅମାୟା ଖୁବ ଆଧୁନିକ କାହାଣୀ । ଏହା କାହାଣୀ ଭିନ୍ନ ଧରଣର ଥିବା ସହ ଲୋକଙ୍କୁ ଖୁବ ପସନ୍ଦ ଆସିଥିଲା।
ଜଜ୍‍ବା (୨୦୧୫)
ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଦ୍ୱାରା ଅଭିନୀତ ଏହି ଚଳଚ୍ଚିତ୍ରରେ ମାଆର ମମତା ସହ ତା ପିଲା ପାଇଁ କେଆଧ, ପ୍ରତିଶୋଧ, ଶକ୍ତି ଦେଖିବାକୁ ମିଳିଥିଲା। ଯେତେବେଳେ ପିଲାଟି ଉପରେ କୌଣସି ବିପଦ ଆସେ ସେହି ସମୟରେ ସମସ୍ତ ଶକ୍ତିକୁ ଏକତ୍ରିତ କରି ମାଆ ତା’ ଛୁଆର ଜୀବନ ରକ୍ଷା କରିଥାଏ।
ମାତୃ (୨୦୧୭)
ଏହି ଚଳଚ୍ଚିତ୍ରଟି ମଧ୍ୟ ଖୁବ ପ୍ରସିଦ୍ଧି ଲାଭ କରିବା ସହ ଦର୍ଶକଙ୍କ ମନକୁ କିଣିଥିଲା।

Hot this week

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

Related Articles

Popular Categories