www.samajalive.in
Saturday, December 6, 2025
23.1 C
Bhubaneswar

୨୦୨୦-୨୧ରେ ବୟସସୀମା ସରିଯାଇଥିବା ୟୁପିଏସସି ଆଶାୟୀଙ୍କୁ ପ୍ରାରମ୍ଭିକ ପରୀକ୍ଷା ଦେବାକୁ ମିଳିବ ଅତିରିକ୍ତ ସୁଯୋଗ

ସଂଘ ଲୋକ ସେବା ଆୟୋଗ (ୟୁପିଏସସି) ଦ୍ବାରା ଆୟୋଜିତ ପ୍ରାରମ୍ଭିକ ପରୀକ୍ଷାଗୁଡ଼ିକର ପ୍ରସ୍ତୁତି କରୁଥିବା ପ୍ରାର୍ଥୀମାନଙ୍କ ଲାଗି ଅଶ୍ଵସ୍ତିକର ଖବର। କରୋନା ମହାମାରୀ ଯୋଗୁ ୨୦୨୦ରେ ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ ଦିଆଯିବ ବୋଲି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରାଯାଇ ଅବଗତ କରାଯାଇଛି।

ଏ.ଏମ. ଖାନଭିଲକରଙ୍କ ଖଣ୍ଡପୀଠକୁ କେନ୍ଦ୍ର ସରକାର ଜଣାଇଛନ୍ତି ଯେ, କରୋନା ମହାମାରୀ ମଧ୍ୟରେ ୨୦୨୦ ଅକ୍ଟୋବରରେ ୟୁପିଏସସି ଦ୍ବାରା ଆୟୋଜିତ ହୋଇଥିବା ନାଗରିକ ସେବା ପ୍ରାରମ୍ଭିକ ପରୀକ୍ଷାରେ ଅନେକ ପ୍ରାର୍ଥୀ ବିଭିନ୍ନ କାରଣରୁ ଅଂଶଗ୍ରହଣ କରିପାରି ନ ଥିଲେ। ନିର୍ଦ୍ଧାରିତ ବୟସସୀମା ଅତିକ୍ରମ କରିଯିବାରୁ ବହୁ ପ୍ରାର୍ଥୀଙ୍କ ଲାଗି ଉକ୍ତ ପରୀକ୍ଷା ଶେଷ ସୁଯୋଗ ଥିଲା। ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସେହି ପ୍ରାର୍ଥୀମାନଙ୍କୁ ଆଉ ଏକ ଅତିରିକ୍ତ ସୁଯୋଗ ଦେବାକୁ ଯାଉଛି। ଏହାଦ୍ବାରା ୧୦,୩୩୬ ଆଶାୟୀ ଉପୃକତ ହେବେ।

- Advertisement -

ସୂଚନାଯୋଗ୍ୟ, ଏହି ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାର ଏବଂ ୟୁପିଏସସି ମଧ୍ୟରେ ଅନେକ ଥର ଆଲୋଚନା ହୋଇସାରିଛି। ନାଗରିକ ସେବା ଆଶାୟୀ ରଚନା ସିଂହଙ୍କ ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ ହୋଇଥିବା ଏକ ପିଟିଶନର ଶୁଣାଣି ସମୟରେ କେନ୍ଦ୍ର ସରକାର ଉପରୋକ୍ତ ତଥ୍ୟ ଦେଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories