www.samajalive.in
Sunday, December 14, 2025
26.1 C
Bhubaneswar

ବାମରାରେ ବିକ୍ଷୋଭ ପ୍ରଦର୍ଶନ ପାଇଁ ରେଳ ଚଳାଚଳ ଆଂଶିକ ବ୍ୟାହତ

ସମ୍ବଲପୁର: ଦକ୍ଷିଣ ପୂର୍ବ ରେଳବାଇ ଅର୍ନ୍ତଗତ ଚକ୍ରଧରପୁର ରେଳବାଇ ମଣ୍ଡଳ ଅଧିନସ୍ଥ ବାମରା ଠାରେ ବିଭିନ୍ନ ଦାବିକୁ ନେଇ ଆନ୍ଦୋଳନ କରାଯାଉଛି। ଏଣୁ ଝାରସୁଗୁଡା – ରାଉରକେଲା ସେକ୍ସନ ମଧ୍ୟରେ ରେଳ ଚଳାଚଳ ଆଂଶିକ ବ୍ୟାହତ ହୋଇଛି। ବିକ୍ଷୋଭ ପ୍ରଦର୍ଶନ ପାଇଁ ୧୮୧୨୫/୧୮୧୨୬ ରାଉରକେଲା– ପୁରୀ–ରାଉରକେଲା ୨୨ ଓ ୨୩ ତାରିଖ, ୨୨୮୩୯/୨୨୮୪୦ ରାଉରକେଲା – ଭୁବନେଶ୍ୱର – ରାଉରକେଲା ଇନ୍ଟରସିଟି ଏକ୍ସପ୍ରେସ ୨୨ ତାରିଖ ଏବଂ ୧୮୩୧୧ ସମ୍ବଲପୁର – ବନାସୱାଡି ଏକ୍ସପ୍ରେସକୁ ୨୨ ତାରିଖ ପାଇଁ ଚଳାଚଳ ବାତିଲ କରାଯାଇଛି। ସେହିଭଳି ୧୮୦୦୫ ହାୱଡା – ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ ୨୧ ତାରିଖରେ ବାହାରି ରାଜଗାଙ୍ଗପୁର ପର୍ଯ୍ୟନ୍ତ ଆସି ସେଠାରୁ ଫେରିଯିବ। ରାଜଗାଙ୍ଗପୁରରୁ ଜଗଦଲପୁର ମଧ୍ୟରେ ସମଲେଶ୍ୱରୀ ଏକ୍ସପ୍ରେସ ୨୨ ତାରିଖରେ ବନ୍ଦ ରହିଛି। ୧୮୪୫୧ ହାଟିଆ – ପୁରୀ ତପସ୍ୱିନୀ ଏକ୍ସପ୍ରେସ ୨୨ ତାରିଖରେ ଝାରସୁଗୁଡାରୁ ଏହାର ଯାତ୍ରାରମ୍ଭ କରିବ ଏବଂ ଝାରସୁଗୁଡାରୁ ହାଟିଆ ମଧ୍ୟରେ ୨୨ ତାରିଖରେ ଏହାର ଚଳାଚଳ ବନ୍ଦ ରହିବ।

ରେଳଗାଡି ସଂଖ୍ୟା ୧୨୮୩୪ ହାୱଡା – ଅହମଦାବାଦ ଏକ୍ସପ୍ରେସ ୨୧ ତାରିଖରେ ରାଉରକେଲା – ଝାରସୁଗୁଡା ବଦଳରେ ଚକ୍ରଧରପୁର – ନୟାଗଡ଼ – କପିଳାସ ରୋଡ – ଅନୁଗୁଳ – ସମ୍ବଲପୁର ସିଟି – ଝାରସୁଗୁଡା ରୋଡ ଦେଇ ଚଳାଚଳ କରିବ। ୧୨୨୬୨ ହାୱଡା – ମୁମ୍ବାଇ ଏକ୍ସପ୍ରେସ ଖଡଗପୁର – ଟାଟା – ରାଉରକେଲା – ଝାରସୁଗୁଡା ପରିବର୍ତ୍ତେ ୨୨ ତାରିଖରେ ଖଡଗପୁର – ଭଦ୍ରକ – କପିଳାସ ରୋଡ – ଅନୁଗୁଳ – ସମ୍ବଲପୁର ସିଟି – ଝାରସୁଗୁଡା ରୋଡ ଦେଇ ଚଳାଚଳ କରିବ। ୧୮୪୭୭ ପୁରୀ – ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ୨୨ ତାରିଖରେ ନୟାଗଡ଼ – କପିଳାସ ରୋଡ, ଅନୁଗୁଳ, ସମ୍ବଲପୁର ସିଟି, ଝାରସୁଗୁଡା ରୋଡ ଦେଇ ଚଳାଚଳ କରିବ। ୧୨୨୬୧ ମୁମ୍ବାଇ – ହାୱଡା ଏକ୍ସପ୍ରେସ ୨୨ ତାରିଖରେ ଝାରସୁଗୁଡା ରୋଡ – ସମ୍ବଲପୁର ସିଟି – ଅନୁଗୁଳ – ଭଦ୍ରକ – ଖଡଗପୁର ଦେଇ ଚଳାଚଳ କରିବ। ୨୨୫୧୧ ଲୋକମାନ୍ୟ ମୁମ୍ବାଇ – କାମାକ୍ଷା ଏକ୍ସପ୍ରେସ ୨୧ ତାରିଖରେ ଏଲଟିଟିରୁ ଛାଡି ୨୨ ତାରିଖରେ ଝାରସୁଗୁଡା ରୋଡ – ସମ୍ବଲପୁର ସିଟି – ଅନୁଗୁଳ – ଭଦ୍ରକ – ଖଡଗପୁର ଦେଇ ଚଳାଚଳ କରିବ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories