www.samajalive.in
Sunday, December 14, 2025
26.1 C
Bhubaneswar

୨ କ୍ୱିଣ୍ଟାଲ ଗଞ୍ଜେଇ ସହ ୩ କାର୍‌ ଜବତ, ୧୧ ଗିରଫ

ସମ୍ବଲପୁର: ସମ୍ବଲପୁର ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ ବ୍ୟାପକ ପାଟ୍ରୋଲିଂ ଓ ଚଢ଼ଉ ଅଭିଯାନ ଜାରି କ୍ରମରେ ବୁଧବାର ବିଭାଗକୁ ବଡ ସଫଳତା ମିଳିଛି। ବିଭାଗ ପକ୍ଷରୁ ୩ଟି ସ୍ଥାନରେ ପାଟ୍ରୋଲିଂ ସମୟରେ ୩ଟି ଦାମୀକିଆ ଗାଡି ସମେତ ୨ କ୍ୱିଣ୍ଟାଲ ୧୭ କିଗ୍ରା ଗଞ୍ଜେଇ ଜବତ କରାଯାଇଛି। ପ୍ରଥମ ମାମଲାରେ ଅବକାରୀ ଦଳ ବୁଧବାର ସକାଳ ସମୟରେ ବିଜୁ ଏକ୍ସପ୍ରେସ ୱେର ଭାଲୁପାଲି ଛକରେ ଏକ ସନ୍ଦିଗ୍ଧ ଦାମୀକିଆ ମାରୁତୀ କାରକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିର ଷ୍ଟେପନି ଚକ ଓ ଡାସ ବୋର୍ଡ ମଧ୍ୟରେ ଲୁଚାଇ ରଖାଯାଇଥିବା ୯୫ କିଗ୍ରା ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ମଧ୍ୟପ୍ରଦେଶର ଛତ୍ରପୁର ଜିଲା ନିବାସୀ ସନ୍ତୋଷ ସିଂ (୪୧), ବିକାଶ କୁମାର ଚୌସିଂହା (୨୭), ମନୋଜ ଗାଇକ୍ୱାଡ (୩୫ ଓ ସନ୍ତୋଷ କୁମାର ରାଗି (୫୫) ଙ୍କୁ ଗିରଫ କରିଛି।

ସେହିଭଳି ଦ୍ୱିତୀୟ ମାମଲାରେ ରେଙ୍ଗାଲି ବାଇପାସ ରାସ୍ତାରେ ଚେକିଂ ସମୟରେ ଟିଆଗୋ ଗାଡି (ଜେଏଚ – ୧୫ – ୟୁ – ୯୪୫) ରୁ ୨୨ କିଗ୍ରା ଗଞ୍ଜେଇ ଜବତ ହୋଇଛି। ଏହି ମାମଲାରେ ଝାରଖଣ୍ଡ ରାଜ୍ୟର ରାଞ୍ଚିି ନିବାସୀ ଗୁଲାବ ବାବୁ ରୈନ (୩୮), ଅଜରୁଦ୍ଦିନ ରୈନ (୧୯) ଓ ଅକ୍ରମ ରୈନ (୧୯)ଙ୍କୁ ଗିରଫ କରାଯାଇଛି।

- Advertisement -

ସେହିପରି ତୃତୀୟ ମାମଲାରେ ସିନ୍ଦୁରପଙ୍କ ଛକ ନିକଟରେ ଅବକାରୀ ଚେକିଂ ସମୟରେ ଏକ ଦାମୀକିଆ ଟାଟା ଫରଟ୍ୟୁନର ଗାଡିରେ ୧ କ୍ୱିଣ୍ଟାଲ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ ଦଳ ଧରିଛନ୍ତି। ଉକ୍ତ ଗାଡିରେ ଯାତ୍ରା କରୁଥିବା ବିହାର ଗୋପାଳଗଞ୍ଜ ଜିଲା ନିବାସୀ ଅଜୟ କୁମାର ସିଂ (୨୮), ଦେବେନ୍ଦ୍ର କୁମାର ପ୍ରସାଦ (୨୮), ମନସୁର ଆଲମ (୩୬) ଓ ଅଜିତ ସାହାଣୀ (୩୧)ଙ୍କୁ ପୁଲିସ ଗିରଫ କରିଛି। ଜବତ ହୋଇଥିବା ଗଞ୍ଜେଇଗୁଡିକ ସମ୍ବଲପୁର ଜିଲା ଦେଇ ମଧ୍ୟପ୍ରଦେଶ, ବିହାର ଓ ଝାରଖଣ୍ଡ ଜିଲାକୁ ଚାଲାଣ ହେଉଥିଲା। ଜବତ ହୋଇଥିବା ଗଞ୍ଜେଇ ଓ ଗାଡିଗୁଡିକର ଆନୁମାନିକ ମୂଲ୍ୟ ୬୫ ଲକ୍ଷ ଟଙ୍କ ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜବତ ହୋଇଥିବା ଘଟଣା ଗୁଡିକରେ ୩ଟି ପୃଥକ ପୃଥକ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଚାଲିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories