www.samajalive.in
Saturday, December 6, 2025
14.1 C
Bhubaneswar

ଏସପିଙ୍କ ନାମରେ ନକଲି ଫେସବୁକ ଆଡି : ୪ ଗିରଫ

ସମ୍ବଲପୁର : ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନାମରେ ନକଲି ଫେସବୁକ ଆଡି ଖୋଲି ଟଙ୍କା ଦାବି ଅଭିଯୋଗରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। କ୍ଷେତରାଜପୁର ନିବାସୀ ଶିବ ଯୋଗୀ ନାମକ ଜଣେ ବ୍ୟକ୍ତିଙ୍କ ନିକଟକୁ ସମ୍ବଲପୁର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ ନାମରେ ଖୋଲାଯାଇଥିବା ଏକ ନକଲି ଆଡିରୁ ମେସେଜ ଆସିଥିଲା। ମେସେଜ କରିଥିବା ବ୍ୟକ୍ତି ଜଣକ ଅଭିଯୋଗକାରୀଙ୍କୁ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି ଏବଂ ସେଥି ପାଇଁ ତାଙ୍କୁ ଗିରଫ କରାଯାଇପାରେ ବୋଲି ଦର୍ଶାଇଥିଲେ। ଯଦି ଟଙ୍କା ପ୍ରଦାନ କରିବେ ତାହା ହେଲେ ତାଙ୍କୁ ଗିରଫ କରାଯିବ ନାହିଁ ବୋଲି କୁହାଯାଇଥିଲା। ଏଣୁ ପିଡିତ ବ୍ୟକ୍ତି ଏ ସର୍ମ୍ପକରେ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଜଣାଇଥିଲେ। ଏହା ପରେ କ୍ଷେତରାଜପୁର ସ୍ଥିତ ସାଇବର ଥାନାରେ ଗତ ୩୧ ତାରିଖରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଇଥିଲା। ଏହି ଘଟଣାରେ ସମ୍ବଲପୁର ପୁଲିସ ଦଳ ରାଜସ୍ଥାନର ଅଲୱର ଜିଲାର କାକରାଲି ଗ୍ରାମରେ ଚଢ଼ଉ କରି ଫାରୁକ ଖାନ (୨୬), ଅଲିମ ଖାନ (୨୨), ଜାବେଦ ଖାନ (୨୦), ସରୁପ ଖାନ (୨୧) ଏବଂ ଜଣେ ନାବାଳକଙ୍କୁ ଧରିଥିଲା। ଅଭିଯୁକ୍ତ ମାନଙ୍କ ନିକଟରୁ ପୁଲିସ ୧୫ଟି ମୋବାଇ ଏବଂ ୨୦ଟି ସିମ କାର୍ଡ ଜବତ କରିଛି। ଏହି ଗ୍ୟାଙ୍ଗ ନକଲି କାଗଜପତ୍ର କରି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ସହିତ ସିମ କାର୍ଡ ହାସଲ କରି ସାଇବର ଅପରାଧ ଗୁଡିକ ସହ ଜଡିତ ଥିବା ପୁଲିସ ତଦନ୍ତ ସମୟରେ ଜଣାପଡିଛି। ଅଭିଯୁକ୍ତ ମାନଙ୍କୁ ପୁଲିସ ଗିରଫ କରି ଘଟଣାର ତଦନ୍ତ କରୁଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories