www.samajalive.in
Saturday, December 6, 2025
15.1 C
Bhubaneswar

ଧାନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ; ଅଳ୍ପକେ ବର୍ତିଲେ ଚାଳକ

କଲମପୁର : କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ତାଳପଦର ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ଏକ ଧାନ ବୋଝେଇ ଟ୍ରକ ତାଳପଦରଛକ ନିକଟରେ ଥିବା ବୁଲାଣିରେ ଓଲଟି ପଡିଛି। ଟ୍ରକ ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି।
ସୁଚନା ଅନୁସାରେ ଗତ ବିଳମ୍ବିତ ରାତିରେ ଟ୍ରକ କଲମପୁର ବ୍ଲକ ଅଧିନସ୍ଥ ବରଗାଁ ଧାନ ମଣ୍ଡିରୁ ଧାନ ବୋଝେଇ କରାଯାଇଥିଲା। ଏହି ଧାନ କେସିଙ୍ଗା ବି.ଡି.ଉଦ୍ୟୋଗ ନାମକ ଏକ ରାଇସମିଲକୁ ପରିବହନ କରି ନିଆଯାଉଥିଲା। କିନ୍ତୁ କଲମପୁର ଜୁନାଗଡ ମୁଖ୍ୟ ରାସ୍ତାର ତାଳପଦର ଛକ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ଟ୍ରକଟି ଓଲଟି ପଡିଥିଲା। ଟ୍ରକ ଚାଳକ ଅଳ୍ପକେ ବର୍ତି ଯାଇଛନ୍ତି। ଟ୍ରକରେ ପରିବହନ କ୍ଷମତାରୁ ଅଧିକ ପରିବହନ କରାଯିବା ଓ ବୁଲାଣି ନିକଟରେ ଅଧିକ ବେଗ ଥିବାରୁ ଟ୍ରକ ଚାଳକ ଟ୍ରକର ଗତିକୁ ନିୟନ୍ତ୍ରଣ କରି ପାରିନଥିଲେ। ଯେଉଁଥିପାଇଁ ଏହି ଦୁର୍ଘଟଣା ଘଟିଥିବା ଆଲୋଚନା ହେଉଛି। ଅନ୍ୟପଟେ ଟ୍ରକର ପଟା ଭାଙ୍ଗି ଯିବାରୁ ଏହି ଦୁର୍ଘଟଣା ଘଟିଥିବାର ମଧ୍ୟ ଆଶଙ୍କା କରାଯାଉଛି।
ସୁଚନାଯୋଗ୍ୟଯେ, କଲମପୁର ଜୁନାଗଡ ର ଦୂରତ୍ୱ ୩୨ କିଲୋମିଟର। କିନ୍ତୁ ଏହି ୩୨ କିଲୋମିଟର ରାସ୍ତା ମଧ୍ୟରେ ୩୦ରୁ ଅଧିକ ବିପଦ ସଂକୁଳ ମୋଡାଣି ରହିଛି। ଯେଉଁଥି ପାଇଁ ଅନେକ ସମୟରେ ବିଭିନ୍ନ ଯାନ ବାହାନ ଦୁର୍ଘଟଣା ଘଟୁଛି। ତେଣୁ ରାସ୍ତା ନିର୍ମାଣ ଦାୟିତ୍ୱରେ ଥିବା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories