ମ.ରାମପୁର: କଳାହାଣ୍ଡି ଜିଲ୍ଲା ମ.ରାମପୁର ସବ ଜେଲ ରୁ ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । ଫେରାର୍ କଏଦୀ ଜଣକ ନର୍ଲା ଥାନା ରୁପ୍ରା ରୋଡ ଅଞ୍ଚଳର ବିଶ୍ଵାମିତ୍ର ମାଝି ବୋଲି ମ.ରାମପୁର ଥାନାରୁ ସୁଚନା ଦିଆଯାଇଛି ।ପ୍ରାପ୍ତ ସୂଚନାମତେ ଗତ ଡିସେମ୍ବର ମାସ ରେ ନିଜ ପରିବାର ସଦସ୍ୟଙ୍କୁ ବାରମ୍ବାର ଆକ୍ରମଣ , ସ୍ତ୍ରୀକୁ ମାଡ଼ ମାରିବା , କଟୁରି ଧରି ହତ୍ୟା ଉଦ୍ୟମ କରିବା ମାମଲାରେ ନର୍ଲା ପୁଲିସ ବିଶ୍ଵାମିତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ତେବେ ନିର୍ୟାତନାରେ ଅତିଷ୍ଠ ହୋଇ ପରିବାର ଲୋକେ ହିଂସ୍ର ସାଜିଥିବା ଅଭିଯୁକ୍ତର ଜାମିନ ଆବେଦନ କରି ନ ଥିଲେ । ଫଳରେ ଗତ ଡିସେମ୍ବରରୁ ସେ ମ.ରାମପୁର ସବ୍ ଜେଲ୍ ରେ ରହୁଥିଲା । କୌଶଳ କ୍ରମେ ସେ ଜେଲ୍ ରୁ ଫେରାର ହୋଇଯାଇଛି । ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାକୁ ଜେଲ କର୍ତ୍ତୁପକ୍ଷ ଠାବ କରିପାରିନଥିଲେ। ଏନେଇ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ମ.ରାମପୁର ଥାନାରେ ଅଭିଯୋଗ କରାଯାଇଛି । କଏଦୀ ଫେରାର ହେବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Popular Categories



