ଆସାମ ସରକାରଙ୍କ ସଂସ୍କୃତି ବିଭାଗୀୟ ଅଧିକାରୀଙ୍କ ବେଜବରୁଆ ହାଉସ ପରିଦର୍ଶନ

ସମ୍ବଲପୁର : ସମ୍ବଲପୁର କଚେରୀ ଛକ ସ୍ଥିତ ଆସାମୀୟ କବି ତଥା ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କ ନିର୍ମାଣାଧୀନ ବାସଗୃହ ଓ ସାଧନା ଗୃହକୁ ଆସାମ ସରକାରଙ୍କ ସହାୟତାରେ ନିର୍ମାଣ କରାଯାଉଛି। ଏହା ଅନେକ ଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଥିଲା। ଏଣୁ ଏହି ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ବିଷୟରେ ଅନୁଧ୍ୟାନ କରିବାକୁ ଆସାମ ସରକାରଙ୍କର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ମଙ୍ଗଳବାର ପରିଦର୍ଶନ କରିଛନ୍ତି। ଆସାମ ସରକାରଙ୍କ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ମୋନିଦିପା ବରକୋତୋପି ଓ ସଂସ୍କୃତି ବିଭାଗୀୟ ନିର୍ଦେଶକ ମିନାକ୍ଷୀ ଦାସ ସୋମବାର ଭୁବନେଶ୍ୱରଠାରେ ଓଡ଼ିଶା ସରକାରଙ୍କ ବିଭାଗୀୟ ଅଧିକାରୀଙ୍କ ସହ ସମ୍ବଲପୁର ସ୍ଥିତ ଏହି ଆସାମୀୟା ସାହିତ୍ୟରଥି ଲକ୍ଷ୍ମୀନାଥ ବେଜବରୁଆଙ୍କର ପୁନଃରୁଦ୍ଧାର କରାଯାଉଥିବା ଆବାସିକ ଗୃହ ଓ ସାଧନା ଗୃହ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଆଜି ସମ୍ବଲପୁର ଆସି ପହଞ୍ଚିଥିଲେ। ଆସାମ ସରକାରଙ୍କ ଏହି ପ୍ରତିନିଧି ଦଳକୁ ଡିଆରଡିଏର ପ୍ରକଳ୍ପ ଅଧିକାରୀ(ଓରମାସ) ଶ୍ରୀମନ୍ତ ହୋତା, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଦୀପକ କୁଲୁ, ଇଣ୍ଟାକ, ସମ୍ବଲପୁରର ତାରିଣୀ ପଣ୍ଡା, ଡ. ବିଭୁଦତ୍ତ ମିଶ୍ର, ବେଜବରୁଆ ସ୍ମୃତି କମିଟିର ସୂର୍ଯ୍ୟ ପାଣିଗ୍ରାହୀ ପ୍ରମୁଖ ସମ୍ବଲପୁର ରେଳ ଷ୍ଟେସନରେ ସ୍ୱାଗତ କରିଥିବା ବେଳେ ଅପରାହ୍ନରେ ବିଭାଗୀୟ ଅଧିକାରୀ ବୃନ୍ଦ କବି ଲକ୍ଷ୍ମୀନାଥ ବେଜବରୁଆଙ୍କର ଆବାସ ତଥା ସାଧନ ଗୃହର ପୁନଃରୁଦ୍ଧାର କାର୍ଯ୍ୟର ଅଗ୍ରଗତି ବିଷୟରେ ଆସାମ ସରକାରଙ୍କର ନିର୍ଦେଶକ୍ରମେ ଅନୁଧ୍ୟାନ ଓ ପରିଦର୍ଶନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁରର ସଦର ଉପଜିଲ୍ଲାପାଳ ପ୍ରଭାସ ଡନସନା, ସଦର ଅତିରିକ୍ତ ତହସିଲଦାର ସରୋଜା ବେହେରା, ବେଜବରୁଆ ସ୍ମୃତି କମିଟିର ଅନ୍ୟତମ ସଭ୍ୟ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସୁକାନ୍ତ କର ତଥା କବି ଲକ୍ଷ୍ମୀନାଥ ବେଜବରୁଆ ପ୍ରେମୀ ସାହିତ୍ୟିକମାନେ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.