ପଶ୍ଚିମ ଓଡିଶା ଦେଇ ବନ୍ଦେ ଭାରତ ଓ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ ଦାବି

ସମ୍ବଲପୁର : ସମ୍ବଲପୁରର ଏକ୍ସିଓମ ଅନୁଷ୍ଠାନ ପକ୍ଷରୁ ପଶ୍ଚିମ ଓଡିଶାର ବିଭିନ୍ନ ରାସ୍ତା ଦେଇ ବନ୍ଦେ ଭାରତ ଓ ରାଜଧାନୀ ଏକ୍ସପ୍ରେସ ଚଳାଇବାକୁ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ଏହି ମର୍ମରେ ଲୋକସଭା ସାଂସଦ ନିତେଶ ଗଙ୍ଗଦେବ, ସୁରେଶ ପୂଜାରୀ, ବସନ୍ତ କୁମାର ପଣ୍ଡା, ସପ୍ତଗିରି ଶଙ୍କର ଉଲ୍ଲାକା, ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଏବଂ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।

prayash

ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ଭୁବନେଶ୍ୱରରୁ ନୁଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ସମ୍ବଲପୁର, ବରଗଡ, ବଲାଙ୍ଗୀର, ଟିଟିଲାଗଡ, ରାୟପୁର ଦେଇ ଚଳାଚଳ, ରାଉରକେଲାରୁ ପୁରୀ ପର୍ଯ୍ୟନ୍ତ ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ଢ଼େଙ୍କାନାଳ ଓ ଭୁବନେଶ୍ୱର ଦେଇ ବନ୍ଦେ ଭାରତ ଏକ୍ସପ୍ରେସର ଚଳାଚଳ, ବାମରା ଷ୍ଟେସନରେ ରାଉରକେଲା – ଭୁବନେଶ୍ୱର ଇନ୍ଟରସିଟିର ରହଣି, ଭୁବନେଶ୍ୱର ରୁ ରାଉରକେଲା କୁ ସକାଳ ୫ଟା ୧୫ ରେ ଏକ ଏକ୍ସପ୍ରେସ ରେଳଗାଡିର ଚଳାଚଳ, ସମ୍ବଲପୁର – ଝାରସୁଗୁଡା – ରାଉରକେଲା ମଧ୍ୟରେ ମେଟ୍ରୋ ରେଳ ର ଚଳାଚଳ ଏବଂ ସମ୍ବଲପୁର ରେଳ ମଣ୍ଡଳକୁ ଜୋନରେ ପରିଣତ କରି ଏଥିରେ ରାଉରକେଲା, ସମ୍ବଲପୁର ଏବଂ ରାୟଗଡା ରେଳ ମଣ୍ଡଳକୁ ସାମିଲ କରାଯାଉ।

ଏହା ଦ୍ୱାରା ପଶ୍ଚିମ ଓଡିଶାର କୋଟି କୋଟି ଜନତା ଲାଭବାନ ହେବେ ଏବଂ ରେଳବାଇର ରାଜସ୍ୱ ମଧ୍ୟ ବୃଦ୍ଧି ପାଇବ ବୋଲି ଦାବି ପତ୍ରରେ ଦର୍ଶାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଅନୁଷ୍ଠାନର ଚେୟାରମେନ ସୁଧାଂଶୁ ଦୋରା, ଅଶ୍ୱିନୀ କୁମାର ସ୍ୱାଇଁ, ସୈଳଜା ମହରାଣା, ଦେବରାଜ ପଟେଲ, ସନ୍ତୋଷ ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.