ସମ୍ବଲପୁର: ସମ୍ବଲପୁରର ଧନକଉଡା ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତରଫରୁ ସ୍ଥାନୀୟ ଅନୁଗୁଳିଆପଡା ଠାରେ ଏକ ଅଣ ସଂକ୍ରାମକ ରୋଗ ଚିହ୍ନଟ ଓ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଦିଲୀପ କୁମାର ନନ୍ଦଙ୍କ ପରିଚାଳନାରେ ଶତାଧିକ ବ୍ୟକ୍ତିଙ୍କ ରକ୍ତଚାପ, ମଧୁମେହ, ଉଚ୍ଚତା, ଓଜନ ଓ ଅଣ୍ଟାମାପ ଆଦିର ନମୁନା ପରୀକ୍ଷା କରାଯାଇଥିଲା। ରକ୍ତଚାପ ଓ ମଧୁମେହ ରୋଗୀ ମାନଙ୍କୁ ମାଗଣାରେ ଔଷଧ ବଣ୍ଟନ କରାଯାଇ ଡାକ୍ତରଖାନାକୁ ପ୍ରେରଣ କରାଯାଇଥିଲା। ଚିକିତ୍ସା ଶିବିରରେ ଡା. ପ୍ରଶାନ୍ତ କୁମାର ହୋତା, ଡା. ସଲୋମି ଅଗ୍ରୱାଲ, ଆୟୁଷ ଡା. ବିଭୁ ପ୍ରସାଦ ମିଶ୍ର ଶତାଧିକ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା କରିଥିଲେ। ସୁସ୍ଥ ଓ ନିରୋଗ ରହିବା ପାଇଁ ଯୋଗ ଶିକ୍ଷା ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଗୌରାଙ୍ଗ ପ୍ରଧାନ, ସୁପ୍ରଭା ରାଉତ, ରାମ ଚାରଦିଆ, ରିଙ୍କୁ ସିଂ, ସୁଲତା ପ୍ରଧାନ, ରୀନା ମହାରଣା, ସୁରଙ୍ଗ ଦଣ୍ଡସେନା, ସୌଭାଗ୍ୟ ପାଢ଼ୀ, ହେମାଙ୍ଗିନୀ ଜୟପୁରିଆ ପ୍ରମୁଖ ସକ୍ରିୟ ସହାୟତା କରିଥିଲେ।
Popular Categories



