www.samajalive.in
Monday, December 15, 2025
26.1 C
Bhubaneswar

ଢିଲା ବିଦ୍ୟୁତ ସେବା ପାଇଁ ଖଣ୍ଡାଧାରରେ ସହରବାସୀଙ୍କ ଧନଜୀବନ

ସମ୍ବଲପୁର: ଏସିଆର ସର୍ବବୃହତ ନଦୀ ମାଟି ବନ୍ଧ ହୀରାକୁଦ ଡ୍ୟାମର ତଳ ପାଖରେ ଅବସ୍ଥିତ ସମ୍ବଲପୁର ସହରରେ ପୂର୍ବରୁ ୱେସ୍କୋ ଏବଂ ଏବେ ଟାଟା ପାୱାରର ବିଦ୍ୟୁତ ବିଭାଗର ସେବାରେ ସହରବାସୀ ଅତିଷ୍ଠ। ହୀରାକୁଦ ନଦୀବନ୍ଧରୁ ବିଜୁଳି ଉତ୍ପାଦନ କରାଯାଉଥିବା ବେଳେ ସହରବାସୀଙ୍କର ଅବସ୍ଥା ଦୀପ ତଳ ଅନ୍ଧାର ସଦୃଶ। ସହରରେ ବିଦ୍ୟୁତ ସେବା କାମଚଳା ସ୍ଥିତିରେ ରହିଥିବା ବେଳେ ସହର ମଧ୍ୟରେ ଅନେକ ସ୍ଥାନ ଗୁଡିକରେ ରହିଥିବା ଟ୍ରାନ୍ସଫର୍ମର ଗୁଡିକର ଅବସ୍ଥା ଆହୁରୀ ସାଂଘାତିକ। ସାଧାରଣତଃ ନିୟମ ଓ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ କୌଣସି ସ୍ଥାନରେ ଟ୍ରାନ୍ସଫର୍ମର ଲଗାଗଲେ, ଅଞ୍ଚଳବାସୀ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସେହି ସ୍ଥାନକୁ ପକ୍କା ବେଷ୍ଟନି, ଟ୍ରାନ୍ସଫର୍ମର ଅଞ୍ଚଳକୁ ସଫାସୁତୁରା, ଅବରୋଧ ମୁକ୍ତି ଆଦି କରାଯିବାର ପ୍ରାବଧାନ ରହିଛି। କିନ୍ତୁ ସମ୍ବଲପୁରର ସହରାଞ୍ଚଳରେ ଏଥିରେ ଗୁରୁତର ବ୍ୟତିକ୍ରମ ଦେଖାଯାଉଛି। ସହରର ପ୍ରାୟ ସମସ୍ତ ଘଞ୍ଚ ବସତି ଅଞ୍ଚଳରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମର ଲାଗିଥିବା ବେଳେ ସେଗୁଡିକୁ ଉପଯୁକ୍ତ ପରିବେଷ୍ଟନୀ ଓ ସଫାସୁତୁରା ରଖା ଯାଉ ନ ଥିବାରୁ ସହରବାସୀଙ୍କ ଜୀବନ ବିପନ୍ନ ଅବସ୍ଥାରେ ରହିଛି। ବିଗତ ଦିନ ଗୁଡିକରେ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ଟ୍ରାନ୍ସଫର୍ମର ଗୁଡିକ ବୈଦ୍ୟୁତିକ ସଟ ସର୍କିଟ ଯୋଗୁଁ ଷଣ୍ଢ, ମାଙ୍କଡ, ଗାଈଗୋରୁ ଆଦି ଲାଗି ଯାଇ ମୃତ୍ୟୁ ବରଣ କରିବାର ନଜୀର ରହିଛି।

ଏଥି ସହ ରକ୍ଷଣାବେକ୍ଷଣ ନାମରେ ୯ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରାଯାଉଥିବା ବେଳେ ଅନେକ ଉଚ୍ଚ କ୍ଷମତା ସମ୍ପନ୍ନ ଟ୍ରାନ୍ସଫର୍ମର ଗୁଡିକର ସଫେଇ କରାଯାଉ ନ ଥିବାରୁ ସେଗୁଡିକୁ ଅନାବନା ଲଟା ଓ ଗଛପତ୍ର ଆଦି ଘେରି ରହୁଛି। ଫଳରେ ସେଥିପାଇଁ ଅନେକ ସମୟରେ ସଟ ସାର୍କିଟ ହୋଇ ଅଞ୍ଚଳ ଗୁଡିକ ଅନ୍ଧକାର ମୟ ହେବାର ନଜୀର ମଧ୍ୟ ରହିଛି। ସମ୍ବଲପୁର ମହାନଗର ନିଗମ ଅର୍ନ୍ତଗତ ଧନକଉଡା ଅଞ୍ଚଳରେ ଥିବା ସମ୍ବଲଭୂମୀ କଲୋନୀ ଠାରେ ଥିବା ଟ୍ରାନ୍ସଫର୍ମର ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଅବସ୍ଥା ଏଭଳି ସଙ୍ଗୀନ ରହିଛି ଯେ, କୌଣସି ସମୟରେ ମଧ୍ୟ ବଡ ଧରଣର ଅଘଟଣ ହେବାର ଆଶଙ୍କା ଲାଗି ରହିଛି। ଏ ନେଇ ଅଞ୍ଚଳବାସୀ ବାରମ୍ବାର ବିଦ୍ୟୁତ ବିଭାଗ ସମେତ ପ୍ରଶାସନକୁ ଜଣାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଏହାର ପ୍ରତିକାର କରାଯାଇ ନାହିଁ। ପୁର୍ବରୁ ବିଦ୍ୟୁତ ବିଭାଗର ଅବହେଳା ପାଇଁ ଅନେକ ଦୁର୍ଘଟଣା ଘଟିଥିବାର ନଜୀର ରହିଥିବା ବେଳେ କିନ୍ତୁ ଏ ପର୍ଯ୍ୟନ୍ତ ବିଜୁଳି ବିଭାଗ ମଧ୍ୟରେ ଚେତା ନ ପଶିବାକୁ ନେଇ ସାଧାରଣରେ ଆର୍ଶ୍ଚଯ୍ୟ ପ୍ରକାଶ କରାଯାଉଛି। ସମ୍ବଲପୁରର ବିଭିନ୍ନ ସ୍ଥାନ ଗୁଡିକରେ ଟ୍ରାନ୍ସଫର୍ମର ଗୁଡିକ ଅତ୍ୟନ୍ତ ବିପଦଜନକ ଅବସ୍ଥାରେ ରହିଥିବାରୁ କୌଣସି ବି ସମୟରେ ବଡ ଦୁର୍ଘଟଣା ଆଶଙ୍କା ସବୁବେଳେ ଲାଗି ରହୁଥିବାରୁ ସହରବାସୀ ଆତଙ୍କିତ ରହିଛନ୍ତି। ଏଣୁ ବିଦ୍ୟୁତ ବିଭାଗ ସଚେତନ ହୋଇ ତୁରନ୍ତ ସମାଧାନ କରିବା ପାଇଁ ସହରବାସୀଙ୍କ ମଧ୍ୟରେ ଦାବୀ ଉଠୁଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories