www.samajalive.in
Monday, December 15, 2025
26.1 C
Bhubaneswar

ଜାତୀୟ କ୍ରୀଡା ଦିବସରେ ମାର୍ଷ୍ଟର କ୍ରୀଡାବିତ ସୁନ୍ଦରମଣି ସମ୍ବର୍ଦ୍ଧିତ

ସମ୍ବଲପୁର: ସମ୍ବଲପୁରର ଜଣାଶୁଣା ଆର୍ନ୍ତଜାତୀୟ ମାର୍ଷ୍ଟସ କ୍ରୀଡାବିତ ସୁନ୍ଦରମଣି ବାରିକଙ୍କୁ ଜାତୀୟ କ୍ରୀଡା ଦିବସ ଅବସରରେ ମାରୱାଡି ଯୁବା ମଞ୍ଚ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସ ଉପଲକ୍ଷେ ଦେଶରେ ପାଳିତ ହେଉଥିବା ଜାତୀୟ କ୍ରୀଡା ଦିବସ ଅବସରରେ ମାର୍ଷ୍ଟସ କ୍ରୀଡାବିତ ଶ୍ରୀ ବାରିକଙ୍କୁ ତାଙ୍କର କୁଲୁଥକାନୀ ସ୍ଥିତ ବାସଭବନ ଠାରେ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ବାରିକ ଛୋଟ ସମୟରୁ ହିଁ କ୍ରୀଡା ପ୍ରତି ବେଶ ଆକୃଷ୍ଟ ରହିବା ସହିତ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ, ଏସବିଆଇ ଜୋନାଲ କ୍ରୀଡା ପ୍ରତିଯୋଗୀତା, ଓଡ଼ିଶା ରାଜ୍ୟ ମାର୍ଷ୍ଟସ ପ୍ରତିଯୋଗୀତା ସମେତ ରାଜ୍ୟକୁ ଦେଶ ଓ ଆର୍ନ୍ତଜାତୀୟ ସ୍ତରରେ ପ୍ରତିନିଧିତ୍ୱ କରି ଅନେକ ସୁନାମ ଓ ମେଡାଲ ଅର୍ଜନ କରିଛନ୍ତି।

ଶ୍ରୀ ବାରିକ ୧୭ତମ ବିଶ୍ୱ ମାର୍ଷ୍ଟସ କ୍ରୀଡା ଚାମ୍ପିୟନସିପ -୨୦୦୭ ମସିହାରେ ଇଟାଲୀ ଠାରେ ଅଂଶଗ୍ରହଣ କରି ୫୦ ବର୍ଷରୁ ଉର୍ଦ୍ଧ ବର୍ଗର ୪ ଶହ ମିଟର ରିଲେ ରେସରେ ଅଷ୍ଟମ ସ୍ଥାନ ଅଧିକାର କରିଥିଲେ। ୨୦୧୮ ମସିହାରେ ପ୍ରଥମ ଜାତୀୟ ମାର୍ଷ୍ଟସ କ୍ରୀଡା ପ୍ରତିଯୋଗୀତାରେ ସନ୍ତରଣରେ ୬୦ ବର୍ଷରୁ ଉର୍ଦ୍ଧ ବର୍ଗରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଏଥି ସହ ସେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ଲାଇଫ ଟାଇମ ଆଚିଭମେନ୍ଟ ପୁରସ୍କାର ପ୍ରାପ୍ତ କରିଛନ୍ତି। ନିରନ୍ତର କ୍ରୀଡା ପ୍ରତି ସର୍ମପିତ ଶ୍ରୀ ବାରିକଙ୍କୁ ତାଙ୍କର ନିଷ୍ଠା ଓ ଉଦ୍ୟମ ପାଇଁ ମାରୱାଡି ଯୁବା ମଞ୍ଚ ସମ୍ବଲପୁର ଶାଖା ତରଫରୁ ସମ୍ମାନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମଞ୍ଚର ସଭାପତି ଆକାଶ ଗୋଏଲ, ସମ୍ପାଦକ ରିତେଶ ମିତ୍ତଲ, ଆଶିଷ ମହାୱାର, ନନ୍ଦକିଶୋର ଅଗ୍ରୱାଲ, ପିୟୁସ ଅଗ୍ରୱାଲ, ନାରାୟଣ ଶର୍ମା, ସିଦ୍ଧାର୍ଥ ଅଗ୍ରୱାଲ ଓ ଜିଲା କ୍ରୀଡା ସଂଘର ଖେଳ ସଚିବ ରାଜେଶ ସେଟ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories