www.samajalive.in
Sunday, December 7, 2025
26.1 C
Bhubaneswar

ଜିଏମୟୁରେ ଜନଜାତି ପ୍ରସଙ୍ଗରେ ଜାତୀୟ ଆଲୋଚନା ଚକ୍ର

ସମ୍ବଲପୁର : ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ସ୍ୱାଧିନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ସ୍ୱାଧିନତାର ଅମୃତ ମହୋତ୍ସବ କ୍ରମରେ ଏକ ଜାତୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ନେସନାଲ କମିଶନ ଫର ସିଡ୍ୟୁଲଟ୍ରାଇବ ଓ ଜିଏମୟୁ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ଜାତୀୟ ସ୍ତରର ଆଲୋଚନା ଚକ୍ରରେ କୂଳପତି ଏନ. ନାଗରାଜୁ ସଭାପତିତ୍ୱ କରିଥିଲେ। କଣ୍ଟ୍ରିବ୍ୟୁସନ ଅଫ ଟ୍ରାଇବାଲ କମ୍ୟୁନିଟି ଏଣ୍ଡ ଟ୍ରାଇବାଲ ଲିଡର୍ସ ଟୁ ଇଣ୍ଡିଆନ ଫ୍ରିଡମ ଷ୍ଟ୍ରଗଲ ଶୀର୍ଷକରେ ଆୟୋଜିତ ଏହି ଆଲୋଚନା ଚକ୍ରକୁ ସମ୍ବଲପୁର ଜିଲାପାଳ ଅନନ୍ୟା ଦାସ ଉଦଘାଟିତ କରିଥିଲେ। ଆଦିବାସୀ ସ୍ୱାଧିନତା ସଂଗ୍ରାମୀ ମାନଙ୍କର ସ୍ମୃତି ଚାରଣ କରିବା ସହିତ ଏହି ଚର୍ଚ୍ଚା ବିଷୟଟି ଛାତ୍ରଛାତ୍ରୀ ମାନଙ୍କ ପାଇଁ ବେଶ ଲାଭଦାୟକ ବୋଲି ଜିଲାପାଳ ଦାସ ମତ ପ୍ରକାଶ କରିଥିଲେ। ସେହିଭଳି ମଞ୍ଚାସୀନ ଅତିଥି ଏନସିଏସଟି ଓଡିଶା ରିଜନାଲ ଆସିଷ୍ଟାନ୍ଟ ଡାଇରେକ୍ଟର ଅଶୋକ ବର୍ଦ୍ଧନ ଜନଜାତୀ ଆୟୋଗ କ୍ଷମତା ଓ କାର୍ଯ୍ୟ ସର୍ମ୍ପକରେ ବିସ୍ତୃତ ଅବଗତି କରାଇଥିଲେ। ବକ୍ତା ରୂପେ  ଗୀତାଞ୍ଜଳି ଭୋଇ ସ୍ୱାଧିନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକ, ବୀର୍ସା ମୁଣ୍ଡା, କଳାହାଣ୍ଡିର ରେଣ୍ଡୋ ମାଝୀ, ଧରମ ସିଂହ ମାଝି ମାନ୍ଧାତା, ଘେସଁ ଜମିଦାର ପରିବାର, ଚକରା ବିଶୋଇ, ସାନ୍ତାଳୀ ଝିଅ, ଫୁଲ ଓ ଝାନ, ରାଣୀ, ଗଣ୍ଡୋୱାନାର ଦୁର୍ଗାବତୀ ଆଦିଙ୍କ ତ୍ୟାଗ ଓ ବଳିଦାନ ଉପରେ ବିସ୍ତୃତ ଆଲୋଚନା କରିଥିଲେ।
ଅନ୍ୟତମ ବକ୍ତା ରୂପେ ଆଦିବାସୀ ଗବେଷକ ଦିଲମନ ମିଞ୍ଜ ସାରା ଭାରତ ବର୍ଷରେ ଅନାଲୋଚିତ ସ୍ୱାଧିନତା ସଂଗ୍ରାମୀ ମାନଙ୍କ ଉପରେ ତଥ୍ୟ ଭିତ୍ତିକ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଅତିଥି ମାନଙ୍କର ସହିତ ମଞ୍ଚାସୀନ କୂଳ ସଚିବ ଯୁଗଳେଶ୍ୱରୀ ଦାଶ ଆଦିବାସୀ ମାନଙ୍କର ବୀରତ୍ୱ ଓ ଗରିମାମୟ ଇତିହାସ ସମେତ ସ୍ୱାଧିନତା ସଂଗ୍ରାମରେ ସେମାନଙ୍କର ଭୂମିକାକୁ ସ୍ମୃତିଚାରଣ କରିଥିଲେ। ଡ. ପରମତାପ ପ୍ରଧାନ ସଭାର ଉଦ୍ଦେଶ୍ୟ ଓ ମହତ୍ୱ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପିକା ସିନିଆ ଟିଆଗା ମଞ୍ଚ ପରିଚାଳନା କରିଥିବା ବେଳେ ଡ. ପରକ୍ଷୀତ ଭୋଇ, ସୁରେଖା ଭୁଏ, ଉତ୍କର୍ଷା ମେହେର, ବନବାସୀ କଲ୍ୟାଣ ଆଶ୍ରମର ବିନୋଦ ଅଗ୍ରୱାଲ, କୃଷ୍ଣଚନ୍ଦ୍ର ଭାଟି, ବିଶ୍ୱମିତ୍ର ମହାନ୍ତ, ଘନଶ୍ୟାମ ମହନ୍ତ ଙ୍କ ସମେତ ଅନ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ। ଶେଷରେ ଅଧ୍ୟାପିକା ମଣ୍ଟି କୁଜୁର ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories