ଗଞ୍ଜାମ :ପ୍ରଜାପତି ଈଶ୍ବରୀୟ ବିଶ୍ୱବିଦ୍ୟାଳୟ ଗଞ୍ଜାମ ତରଫରୁ ଗଞ୍ଜାମ ସହର ମାଧ୍ୟଖଣ୍ଡ ସାହିରେ ଦାଦି ପ୍ରକାଶ ମଣିଙ୍କ ୧୫ତମ ସ୍ମୃତି ଦିବସ ପାଳିତ ହୋଇଯାଇଛି । ବ୍ରହ୍ମାକୁମାରୀ ରାଜଯୋଗିନୀ ବି କେ କସ୍ତୁରୀଙ୍କ ପୌରୋହିତ୍ୟରେ କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ଗଞ୍ଜାମ ସହରସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର,ସନ୍ତୋଷପୁର ସ୍ୱାମୀ ବିବେକାନନ୍ଦ ବିଦ୍ୟାମନ୍ଦିର, ସନ୍ତୋଷପୁର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ,ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରମୁଖ ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କରେ ଅନୁଷ୍ଠାନ ପକ୍ଷରୁ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆଦିତ୍ୟ ମହାପାତ୍ର, ସମ୍ମାନିତ ଅତିଥି ପୂର୍ବତନ ସରପଞ୍ଚ ଡି ନିରଞ୍ଜନ ରେଡି,ବି କେ ଯମୁନା,ଚିକି,ମିନତୀ, ଲକ୍ଷ୍ମୀ, ଦୀପ୍ତି ,ପୁଷ୍ପଲତା, ସୁନିତା,ଗୀତାଞ୍ଜଳି, ସ୍ନେହଲତା,ଟିକି ଭାଇ, ସୁକାନ୍ତ, ନରସିଂହ, ସହଦେଵ,ବି କେ ଲକ୍ଷଣ, କେଦାର, ବଟକୃଷ୍ଣ, ରାମକୃଷ୍ଣ ପଲାଇ ପ୍ରମୁଖ ଶିକ୍ଷାବିତ ଓ ଅନୁଷ୍ଠାନର ସଦସ୍ୟ, ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ।
ଦାଦି ପ୍ରକାଶ ମଣିଙ୍କ ସ୍ମୃତି ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
Popular Categories



