www.samajalive.in
Saturday, December 6, 2025
26.1 C
Bhubaneswar

ହଙ୍ଗରପ୍ରକଳ୍ପ ପକ୍ଷରୁ କଣ୍ଟିଆପଡ଼ାରେ ଆର୍ଥିକ ପରିଚାଳନା କର୍ମଶାଳା

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ସଭାଗୃହରେ ଦୁଇଦିନିଆ ଆର୍ଥିକ ପରିଚାଳନା କର୍ମଶାଳା ଅନୁଷ୍ଠିତ ହୋଇଛି । ହଙ୍ଗର ପ୍ରକଳ୍ପ ପକ୍ଷରୁ ପାଟଣା ବ୍ଲକ ସଂଯୋଜକ ମିତ୍ରଭାନୁ ମହାନ୍ତ ଓ ଘଟଗାଁ ବ୍ଲକ ସଂଯୋଜିକା ସୁମତୀ ପିଲାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କର୍ମଶାଳାରେ ପ୍ରଶିକ୍ଷକ ଭାବେ ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଶୋକ କୁମାର ମହାପାତ୍ର ଶିବିରାର୍ଥି ମାନଙ୍କୁ କେନ୍ଦ୍ରୀୟ ଅର୍ଥ ଅନୁଦାନ, ରାଜ୍ୟ ଅର୍ଥ ଅନୁଦାନ, ମନରେଗା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଖାଉଟି ସାମଗ୍ରୀ, ପଞ୍ଚାୟତ ପାଣ୍ଠି, ଗ୍ରାମ ପଞ୍ଚାୟତ ଉନ୍ନୟନ ପ୍ରକଳ୍ପ ପଲ୍ଲୀ ସଭା ଓ ଗ୍ରାମ ସଭା ତଥା ହିତାଧିକାରୀଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ପ୍ରଦାନର ଆର୍ଥିକ ଦିଗ ଉପରେ ସବିଶେଷ ତଥ୍ୟଗତ ସୂଚନା ଦେଇଥିଲେ । ଶିବିରରେ କଣ୍ଟିଆପଡ଼ା, ବାଉଁସୁଳି, ଯମୁନାପଶି ଓ ଖୀରେଇଟାଙ୍ଗିରୀ ପଞ୍ଚାୟତରୁ ଶିବିରାର୍ଥି ଯୋଗ ଦେଇଥିଲେ। କଣ୍ଟିଆପଡ଼ା ସରପଞ୍ଚ ଲିନା ନାଏକ, ବାଉଁସୁଳି ସରପଞ୍ଚ ସୁଜାତା ସର୍ଦ୍ଦାରଙ୍କ ସହ ନାଏବ ସରପଞ୍ଚ ଓ ୱାର୍ଡ ସଦସ୍ୟା ମାନଙ୍କୁ ମିଶାଇ ଏହି ଶିବିର ରେ ମୋଟ ୩୦ ଜଣ ସଦସ୍ୟା ଙ୍କୁ ୨୫ ଓ ୨୬ ଦୁଇ ଦିନ ଧରି ପ୍ରଶିକ୍ଷଣ ଦିଆଯାଇଥିଲା।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories