www.samajalive.in
Wednesday, December 10, 2025
15.1 C
Bhubaneswar

ନିଃଶୁଳ୍କ କୋଭିଡ ବୁଷ୍ଟର ଡୋଜ ପ୍ରଦାନ

ସମ୍ବଲପୁର : ସମ୍ବଲପୁରର ଜିଲାସ୍କୁଲ ଛକ ସ୍ଥିତ ସାର୍ବଜନୀନ ପାଠାଗାର ଠାରେ ରବିବାର କୋଭିଡ ବୁଷ୍ଟର ଡୋଜ ନିଃଶୁଳ୍କ ଭାବରେ ଦିଆଯାଇଛି। ରୋଟାରୀ କ୍ଲବ ଅଫ ସମ୍ବଲପୁର ଗ୍ରେଟର ତରଫରୁ ଆୟୋଜିତ ଏହି ମାଗଣା ଟିକାକରଣ ଶିବିର ଜିଲା ମୁଖ୍ୟ ଚିକିତ୍ସାଳୟର ସହାୟତାରେ ଆୟୋଜିତ ହୋଇଥିଲା। କ୍ଲବର ସଭାପତି ପ୍ରମୋଦ ଅଗ୍ରୱାଲ, ପ୍ରକଳ୍ପ ଚେୟାରମେନ ଡା. ଦୀପକ ପାଣିଗ୍ରାହୀ, ସମ୍ପାଦକ ଆନନ୍ଦ ମିଶ୍ର ଓ ଡା. କଲ୍ପେଶ କକ୍କଡ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ୧୭୧ ଜଣଙ୍କୁ ମାଗଣାରେ କୋଭିଡ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମହମ୍ମଦ ପରବେଜ ଅଲ୍ଲୀ ଖାନ, ବିଲାଲ ମଲ୍ଲିକ, ଡା. ଅନନ୍ୟା ଜେନା, ନିଲମ ଆନନ୍ଦ, ଉର୍ମିଳା ବେହେରା, ଭଗତ ସିଂ, ସୁମିତ ନାୟକ, ତ୍ରିଶା, ବଲଦେବ ପଣ୍ଡା, ଅମିତାଭ ପରିଡା, ରବି ମିଶ୍ର ଙ୍କ ସମେତ ସମ୍ବଲପୁରରେ ରୋଟାରୀ କ୍ଲବର ଅନ୍ୟ ଶାଖାର ସଦସ୍ୟ ଅନୁପ ଅଗ୍ରୱାଲ, ଏମ.ପି. ନାୟକ, ରଣଜିତ ସିଂ ଙ୍କ ସମେତ ସଦସ୍ୟ ମାନେ ସାମିଲ ହୋଇ ସକ୍ରିୟ ସହାୟତା କରିଥିଲେ। କୋଭିଡ ମହାମାରୀରୁ ଜନତାଙ୍କୁ ବଞ୍ଚାଇବା ଲକ୍ଷ୍ୟ ନେଇ କ୍ଲବ ପକ୍ଷରୁ ଏହି ଶିବିର ଆୟୋଜିତ ହୋଇଥିଲା ବୋଲି ପ୍ରକଳ୍ପ ଚେୟାରମେନ ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories