www.samajalive.in
Sunday, December 7, 2025
26.1 C
Bhubaneswar

ଜିଲା ଶିକ୍ଷକ ସଂଘର ଜିଲାପାଳଙ୍କୁ ସାକ୍ଷାତକାର    

ସମ୍ବଲପୁର: ସମ୍ବଲପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘର ନବନିର୍ବାଚିତ ୧୦ ଜଣିଆ ପ୍ରତିନିଧି ମଣ୍ଡଳ ସଭାନେତ୍ରୀ ରଚନା ସିଂଙ୍କ ନେତୃତ୍ୱରେ ଜିଲାପାଳଙ୍କୁ ସାକ୍ଷାତକାର କରିଛନ୍ତି । ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତକାର କରିଥିବା ସମୟରେ ଜିଲାରେ ପ୍ରାଥମିକ ଶିକ୍ଷାର ଉନ୍ନତି ଏବଂ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମସ୍ୟା ସମାଧାନ ଦିଗରେ ତତ୍ପରତାର ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି । ଜିଲାପାଳ ନବ ନିର୍ବାଚିତ ସଦସ୍ୟ ଓ ସଦସ୍ୟାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଆଲୋଚନା ହୋଇଥିବା ବିଷୟ ଗୁଡିକର ସମାଧାନ ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ସଂଘର ପ୍ରତିନିଧି ମଣ୍ଡଳ ମଙ୍ଗଳବାର ଜିଲା ଶିକ୍ଷାଧିକାରୀଙ୍କ ସମେତ ଅନ୍ୟ ଶିକ୍ଷା ଅଧିକାରୀ ମାନଙ୍କ ସହିତ ସାକ୍ଷାତକାର କରି ସଂଘର ଦାବି ଓ ପ୍ରାଥମିକ ଶିକ୍ଷାର ବିକାଶ ନିମନ୍ତେ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଗତ ମାସ ୨୪ ତାରିଖରେ ଜମନକିରା ବ୍ଲକର କଦଳୀପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ ସମ୍ବଲପୁର ଜିଲା ସଂଘର ନିର୍ବାଚନରେ ରାଜ୍ୟ ସଙ୍ଗଠନ ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ଉପସ୍ଥିତ ରହି ସମସ୍ତ ସାମ୍ବିଧାନିକ ତଥା ଗଣତାନ୍ତ୍ରିକ ବିଧିରେ ନିର୍ବାଚନ ହୋଇଥିଲା ।

- Advertisement -

ଏହି ନିର୍ବାଚନରେ ଜିଲାର ୯ଟି ବ୍ଲକର ସଦସ୍ୟ ଓ ସଦସ୍ୟା ମାନେ ଭାଗ ନେଇଥିଲେ । ତେବେ କିଛି ସ୍ୱାର୍ଥପର ସଦସ୍ୟ ବିଭିନ୍ନ ପ୍ରକାରର ବିଭ୍ରାନ୍ତିକର ତଥ୍ୟ ପ୍ରଚାର କରି ସଂଘକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି, ଯାହାକି ସମ୍ପୁର୍ଣ୍ଣ ମିଥ୍ୟ ଏବଂ ଅପପ୍ରଚାର ଅଟେ । ଏଣୁ ସମ୍ବଲପୁର ଜିଲା ଶିକ୍ଷକ ସଂଘ ଏହାର ଦୃଢ଼ତାର ସହିତ ପ୍ରତିବାଦ କରୁଛି ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories