ଏବିଭିପି ପକ୍ଷରୁ ଛାତ୍ରୀମାନଙ୍କର ସୁରକ୍ଷା ଦାବି

ସମ୍ବଲପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସମ୍ବଲପୁର ଶାଖା ତରଫରୁ ଛାତ୍ରୀ ମାନଙ୍କର ସୁରକ୍ଷା ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଦାବି କରାଯାଇଛି। ଗୁରୁବାର ପରିଷଦ ଶାଖାର ଏକ ପ୍ରତିନିଧି ମଣ୍ଡଳ ଏସପି ବାଟ୍ଟୁଲା ଗଙ୍ଗାଧର ଙ୍କୁ ସାକ୍ଷାତକାର କରି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିବାସ ମାନଙ୍କ ସମ୍ମୁଖରେ ଅସାମାଜିକ ତତ୍ୱ ମାନଙ୍କର ଉତ୍ପାତ ଓ ବଦମାସୀ ଦିନକୁ ଦିନ ବୃଦ୍ଧି ପାଉଛି। ଫଳରେ ଛାତ୍ରୀ ମାନେ ନିଜକୁ ଅସୁରକ୍ଷିତ ମଣୁ ଥିବାରୁ ଏହା ସେମାନଙ୍କର ପାଠପଢ଼଼ାରେ ଅନେକ ସମୟରେ ବ୍ୟାଘ୍ରାତ ସୃଷ୍ଟି କରୁଛି। ଏଣୁ ସମସ୍ୟାର ତୁରନ୍ତ ସମାଧାନ କରିବା ସହିତ ଛାତ୍ରୀ ନିବାସ ଗୁଡିକ ଅଞ୍ଚଳରେ କ୍ରମାଗତ ପୁଲିସ ପେଟ୍ରୋଲିଂ ଓ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଦାବି କରାଯାଇଛି। ଏସପି ଗଙ୍ଗାଧର ଖୁବ ଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିନିଧି ମଣ୍ଡଳକୁ ପ୍ରତିଶୃତି ଦେଇଛନ୍ତି। ଏସପି ଙ୍କୁ ସାକ୍ଷାତକାର ସମୟରେ କୀର୍ତ୍ତିମୟୀ, ମେଘା, ପୂଜା, ନିକିତା, ଲମ୍ବୋଦର ଓ ପରିଷଦର ବିଭାଗ ସଂଯୋଜକ ଶ୍ୱେତାଂଶୁ ଶେଖର ବରାଇ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.