www.samajalive.in
Monday, December 15, 2025
16.1 C
Bhubaneswar

ବ୍ରାଉନସୁଗାର ଓ ନିଶା କାଶ ଔଷଧ ଜବତ, ୬ ଗିରଫ

ସମ୍ବଲପୁର: ସମ୍ବଲପୁରରେ ନିଶା କାରବାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏବେ ଯୁବପିଢ଼ିଙ୍କ ମଧ୍ୟରେ ମାରାତ୍ମକ ବ୍ରାଉନସୁଗାର ସେବନ ପ୍ରଚଳନ ବଢ଼ି ଚାଲିଥିବା ପରିଲକ୍ଷିତ ହେଉଛି। ଏଭଳି କ୍ଷେତ୍ରରେ ଗତକାଲି ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗରୁ ସମ୍ବଲପୁରକୁ ଅଣା ଯାଉଥିବା ନିଷିଦ୍ଧ ଧଳା ଜହର ଓ ନିଶା କାଶ ଔଷଧ ପୁଲିସ ଜବତ କରିଛି। ଟାଉନ ପୁଲିସର ସୂଚନା ଅନୁଯାୟୀ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ବାଟ୍ଟୁଲା ଗଙ୍ଗାଧରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଫାଟକ ରେଳ ଷ୍ଟେସନ ନିକଟ ଦେଇ ଚୋରାରେ ଚାଲାଣ ହେଉଥିବା ୧୩.୦୮୦ ଗ୍ରାମ ଧଳା ଜହର (ବ୍ରାଉନ ସୁଗାର) ଓ ୧୪୦ ବୋତଲ ନିଶା କାଶ ଔଷଧ ଜବତ କରିଛି। ଏ ସର୍ମ୍ପକରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି ଓ ଜଣେ ନାବାଳକ ଙ୍କୁ ଅଟକ ରଖିଛି। ପୁଲିସର ସ୍ୱତନ୍ତ୍ର ଦଳ ସମ୍ବଲପୁର ଧନୁପାଲି ଥାନାଞ୍ଚଳ ସୁନାପାଲି ନିବାସୀ ମହମ୍ମଦ ସାନୁ (୨୯), ମହମ୍ମଦ ସହଜାଦା ଆଲମ, ଶେଖ ବାବର ଓରଫ ଶେଖ ରେହମାନ (୨୨), ଟାଉନ ଥାନାଞ୍ଚଳ ଦଲେଇପଡାର ଅମୀର ଖାନ ଓରଫ ଶାହାରୁଖ ଖାନ (୨୯), ବରଗଡ ଜିଲାର ଭେଡେନ ନିବାସୀ ମହମ୍ମଦ ସଫିକ (୨୮), ୱାର୍ଡ ସଂଖ୍ୟା ୧୧ର ନିବାସୀ ବିଜୟ ନାଗ (୩୮)ଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଧଳା ଜହର ଓ ନିଶା କାଶ ଔଷଧ ସମେତ ଦୁଇଟି ମୋଟର ସାଇକେଲ, ବିନା ପଞ୍ଜିକୃତ ଆପାଚେ ଗାଡି ଏବଂ ୬ଟି ମୋବାଇଲ ଫୋନ ଜବତ କରିଛି।

ସମ୍ବଲପୁର ପୁଲିସ ଆହୁରୀ ସୂଚନା ଦେଇ କହିଛି ଯେ ଜବତ ହୋଇଥିବା ଧଳା ଜହରର ମୂଲ୍ୟ ଆନୁମାନିକ ୧୩ ହଜାର ଟଙ୍କା ଓ ନିଶା କାଶ ଔଷଧ ଗୁଡିକର ମୂଲ୍ୟ ଆନୁମାନିକ ୨୨ ହଜାର ଟଙ୍କା ସମେତ ସମୁଦାୟ ୩୫ ହଜାର ଟଙ୍କାର ନିଶା ସାମଗ୍ରୀ ଜବତ କରିଛି। ଏହି ନିଶା ସାମଗ୍ରୀ ଗୁଡିକ ପଶ୍ଚିମବଙ୍ଗର କୋଲକାତ ରୁ ସମ୍ବଲପୁର ମହାନଗର ନିଗମ ଅଞ୍ଚଳକୁ ବେଆଇନ ଭାବରେ ଚାଲାଣ କରାଯାଉଥିଲା। ଚଢ଼ଉ ସମୟରେ ଧରାପଡିଥିବା ସମସ୍ତ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି ଏବଂ ଅଭିଯୁକ୍ତ ନାବାଳକଙ୍କୁ ରାଉରକେଲା ସ୍ଥିତ ସୁଧାର ଗୃହକୁ ପ୍ରେରଣ କରାଯାଇଛି। ସୂଚନାଯୋଗ୍ୟ ଯେ, ପୂର୍ବରୁ ଅନେକ ସମୟରେ ଧଳା ଜହର ସମ୍ବଲପୁର ସହର ସମେତ ଆଖପାଖ ଅଞ୍ଚଳରେ ଧରା ପଡିଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଦିନକୁ ଦିନ ଉକ୍ତ କାରବାର କମିବା ଅପେକ୍ଷା ବୃଦ୍ଧି ପାଉଛି। ଶାନ୍ତିପ୍ରିୟ ସମ୍ବଲପୁର ସହର ଦିନକୁ ଦିନ ଅଶାନ୍ତ ହୋଇ ପଡୁଥିବା ବେଳେ ଏହାର ପଛରେ ପ୍ରମୁଖ କାରଣ ନିଶା ରହିଛି ଏବଂ ଏହା ଅନେକ ଅପରାଧିକ ଘଟଣା ଗୁଡିକରେ ପରିଲକ୍ଷିତ ହୋଇଛି, ଯାହାକି ଜନତାଙ୍କ ପାଇଁ ପ୍ରମୁଖ ଚିନ୍ତାର କାରଣ ସାଜିଛି।

Hot this week

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

Related Articles

Popular Categories