୨୦୧୬ ମସିହାରୁ ନିର୍ମିତ ମାଛ ବଜାର ଶିଘ୍ର ଖୋଲାଯାଉ

ସମ୍ବଲପୁର: ସମ୍ବଲପୁରର ଦାନିପାଲି ବୁଢ଼ାରଜା ଠାରେ ୮୬ ଲକ୍ଷ ଟଙ୍କା ବ୍ୟୟରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ୨୦୧୬ ମସିହାରୁ ନିର୍ମିତ ହୋଇଥିବା ସ୍ୱାସ୍ଥ୍ୟକର ମାଛ ବଜାର, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଲୋକାର୍ପଣ କରାଯାଇ ନାହିଁ। ଏଣୁ ଏହି ଅତ୍ୟାଧୁନିକ ମାଛ ବଜାରକୁ ଶିଘ୍ର ଖୋଲାଯିବାକୁ ହୀରାଖଣ୍ଡ ସାମୁଖ୍ୟ ତରଫରୁ ଦାବି କରାଯାଇଛି। ହୀରାଖଣ୍ଡ ସାମୁଖ୍ୟର ସଭାପତି ଡ. ପରେଶ ଚନ୍ଦ୍ର ଦାନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକାରୀ ବୈଠକରେ ବକ୍ତା ମାନେ ସମ୍ବଲପୁର ମହାନଗର ନିଗମ ମଧ୍ୟରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ନିଜସ୍ୱ ମତାମତ ପୋଷଣ କରିଥିଲେ। ବୈଠକରେ ସୁରେଖା ସାହୁ, ପ୍ରଜ୍ଞା ପଟ୍ଟନାୟକ, ପଙ୍କଜିନୀ ମେହେର, ସାହିଦା ବାନୋ, ଅରବିନ୍ଦ ମହାପାତ୍ର, ଶଶିଭୂଷଣ ତ୍ରିପାଠୀ, ନରେନ୍ଦ୍ର ପାଣିଗ୍ରାହୀ, ଅଖିଳ ପଟ୍ଟନାୟକ, ପ୍ରଫୁଲ୍ଲ ହୋତା, ଅଶୋକ ମିଶ୍ର, ପ୍ରଶାନ୍ତ ମିଶ୍ର, ବୋଧରାମ ଦାଶ, ଲଲିତ ମୋହନ ବେବର୍ତ୍ତା, କମଳ ଲୋଚନ ପଣ୍ଡା, ବିଶ୍ୱଜିତ ପ୍ରଧାନ, କୈଳାଶ ଚନ୍ଦ୍ର ମିସ୍ତ୍ରୀ, ଡ. ସିଦ୍ଧାର୍ଥ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ଅନୁଷ୍ଠାନର ସମ୍ପାଦକ ସରୋଜ କୁମାର ଦାଶ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ପ୍ରଶାନ୍ତ କୁମାର ପାଟ୍ଟଯୋଶୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.