www.samajalive.in
Sunday, December 7, 2025
14.1 C
Bhubaneswar

ଜାତୀୟସ୍ତରର ଫଟୋଗ୍ରାଫି ପ୍ରତିଯୋଗୀତାରେ ଶିଶିରଙ୍କ କମାଲ, ଓଡିଶାରୁ ଏକମାତ୍ର ଫଟୋଗ୍ରାଫର ଭାବରେ ଆର୍ଟିଷ୍ଟିକ ଫେଲୋସିପ ବିଜେତା

ସମ୍ବଲପୁର : ସମ୍ବଲପୁରର ଫଟୋଗ୍ରାଫର ଶିଶିର କର ଜାତୀୟସ୍ତରର ଫଟୋଗ୍ରାଫି ପ୍ରତିଯୋଗିତାରେ ଓଡିଶାର ଏକମାତ୍ର ଫଟୋଗ୍ରାଫର ଭାବରେ ‘ହନରାରୀ ଆର୍ଟିଷ୍ଟିକ ଫେଲୋସିପ ପୁରସ୍କାର’ (ସ୍ୱର୍ଣ୍ଣ ପଦକ) ଲାଭ କରି ରାଜ୍ୟକୁ ସୁନାମ ଆଣି ଦେଇଛନ୍ତି। କୋଲକତାର ଗ୍ରିନ ଗୋ କ୍ଲବ ତରଫରୁ ଜାତୀୟ ସ୍ତରର ଫଟୋଗ୍ରାଫି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏଥିରେ ୫ ଶହରୁ ଉର୍ଦ୍ଧ ପ୍ରଫେସନାଲ ଫଟୋଗ୍ରାଫର ସାମିଲ ହୋଇଥିଲେ। ବିଭିନ୍ନ ବିଷୟ ବସ୍ତୁକୁ ନେଇ ଫଟୋଚିତ୍ର ଉତ୍ତୋଳନ ପାଇଁ ଲକ୍ଷ୍ୟ ଦିଆଯାଇଥିବା ବେଳେ ସମ୍ବଲପୁରର ଶିଶିର ଜଣେ ଡାକ୍ତର ଏକ ଶିଶୁର ଚିକିତ୍ସା ସମୟର ଫଟୋ ନେଇ ପ୍ରତିଯୋଗିତା ପାଇଁ ପଠାଇଥିଲେ। ଶିଶିର ଉତ୍ତୋଳନ କରିଥିବା ଚିତ୍ରକୁ ‘ଦି ସେଭିୟର’ (ରକ୍ଷକ) ନାମ ଦେଇ ପ୍ରତିଯୋଗିତାକୁ ପ୍ରେରଣ କରିଥିଲେ। ଏହି ପ୍ରତିଯୋଗିତା ପାଇଁ ସାରା ଦେଶରୁ ପେନ ଇଣ୍ଡିଆର ସ୍ୱିକୃତିପ୍ରାପ୍ତ ପ୍ରତିଯୋଗି ମାନେ ଭାଗ ନେଇଥିବା ବେଳେ ଚୟନକର୍ତ୍ତା ମାନେ ଶିଶିରଙ୍କ ସମେତ ସମୁଦାୟ ୪୫ ଜଣଙ୍କର ସମ୍ବର୍ଦ୍ଧିତ କରାଯିବା ପାଇଁ ଚୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ସେଥି ମଧ୍ୟରୁ ଓଡିଶାରୁ ଏକ ମାତ୍ର ଫଟୋଗ୍ରାଫର ଭାବରେ ‘ହନରାରୀ ଆର୍ଟିଷ୍ଟିକ ଫେଲୋସିପ ପୁରସ୍କାର ୨୦୨୦’ ଶିଶିର ପ୍ରାପ୍ତ କରିବାରେ ସଫଳତା ହାସଲ କରିଛନ୍ତି ବୋଲି କ୍ଲବର ଚେୟାରମେନ ନରେନ୍ଦ୍ର ଘୋଷ ସୂଚନା ଦେବା ସହିତ ଶୁଭକାମନା ଜଣାଇଛନ୍ତି। କରୋନା ସଙ୍କଟଜନିତ ସ୍ଥିତି ଯୋଗୁଁ ଏବେ ଅନଲାଇନ ମାଧ୍ୟମରେ କ୍ଲବ ତରଫରୁ ଶିଶିରଙ୍କୁ ମାନପତ୍ର ପଠାଯାଇଛି। କରୋନା ସଙ୍କଟ ଟଳିବା ପରେ କ୍ଲବର ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ସଫଳ ପ୍ରତିଯୋଗି ମାନଙ୍କୁ ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରଦାନ କରାଯିବ ବୋଲି ଜଣାପଡିଛି। ସୁଚନାଯୋଗ୍ୟ ଯେ, ସମ୍ବଲପୁରର ମୋଦିପଡା ନିବାସୀ ଶିଶିର କର ଜଣେ ପ୍ରୋଫେସନାଲ ଫଟୋଗ୍ରାଫର ଅଟନ୍ତି। ଏ ପର୍ଯ୍ୟନ୍ତ ସେ ରାଜ୍ୟରୁ ନେଇ ଆର୍ନ୍ତଜାତୀୟସ୍ତର ପର୍ଯ୍ୟନ୍ତ ୨ ଶହରୁ ଉର୍ଦ୍ଧ ପ୍ରତିଯୋଗିତାରେ ସଫଳତା ହାସଲ କରି ରାଜ୍ୟକୁ ଗୌରବାନ୍ୱିତ କରି ଆସୁଛନ୍ତି। ସେ ନ୍ୟାସନାଲ ଜିଓଗ୍ରାଫି, ବିଭିନ୍ନ ପରିବେଶ ଓ ଅନ୍ୟାନ୍ୟ ଜାତୀୟ ଏବଂ ଆର୍ନ୍ତଜାତୀୟ ମ୍ୟାଗାଜିନ ମାନଙ୍କରେ ବହୁବାର ତାଙ୍କର ଫଟୋ ପ୍ରକାଶିତ ହୋଇଛି। ଏହି ପ୍ରତିଯୋଗୀତାରେ ସଫଳତା ଅର୍ଜନ ପାଇଁ ସବୁ ମହଲରୁ ଶିଶିରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories