www.samajalive.in
Friday, December 5, 2025
20.1 C
Bhubaneswar

କରୋନା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ; ୩ ମାସର ଇପିଏଫ ଭରିବେ ସରକାର

ସମ୍ବଲପୁର: କରୋନା ମହାମାରୀ ଯୋଗୁଁ ସମସ୍ତ ବ୍ୟବସ୍ଥା ଓଲଟପାଲଟ ହୋଇ ସାରିଛି। ଏହାକୁ ପ୍ରତିହିତ କରିବା ପାଇଁ ମାର୍ଚ୍ଚ ୨୪ ତାରିଖରୁ ଦେଶକୁ ଲକ ଡାଉନ କରି ରଖାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସେବା ବ୍ୟତିତ ବାକି ସବୁ ବ୍ୟବସ୍ଥାକୁ ଠପ କରିଦିଆଯାଇଛି। ଏଣୁ ବହୁ ଦିନ ମଜୁରିଆ, ଶ୍ରମିକ ଶ୍ରେଣୀର ଲୋକେ ରୋଜଗାରହୀନ ହୋଇ ଘରେ ବନ୍ଦ ରହିବାକୁ ବାଧ୍ୟ ହୋଇଛନ୍ତ। ତେବେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ଯୋଜନାରେ ପଞ୍ଜିକୃତ କର୍ମଚାରୀ ଓ ନିଯୁକ୍ତକାରୀ ସଂସ୍ଥା ମାନଙ୍କୁ କେନ୍ଦ୍ର ସରକାର ଏକ ବଡ ସହାୟତା ପ୍ରଦାନ କରିଛନ୍ତି। ଗତ ୨୬ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅର୍ନ୍ତଗତ ୧ କୋଟି ୭୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜରେ କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ଯୋଜନାରେ ପଞ୍ଜିକୃତ କର୍ମଚାରୀ ଓ ନିଯୁକ୍ତକାରୀ ସଂସ୍ଥା ମାନଙ୍କୁ କେନ୍ଦ୍ର ସରକାର ସହାୟତା ଯୋଗାଇ ଦେଇ ମାର୍ଚ୍ଚ, ଏପ୍ରିଲ ଓ ମଇ ମାସ ପାଇଁ ସେମାନେ ଦେଉଥିବା ଅଂଶଧନ ଗୁଡିକୁ ସରକାର ଜମା କରିବେ। ଏହି ଯୋଜନା ସର୍ମ୍ପକରେ ସମ୍ବଲପୁର ଜିଲା ଆସିଷ୍ଟାନ୍ଟ ପିଏଫ କମିଶନର କ୍ରିଷ୍ଣେନ୍ଦୁ ଦାସ କହିଛନ୍ତି ଯେ, ଲକ ଡାଉନ ଯୋଗୁଁ ଏବେ ବହୁ ପ୍ରତିଷ୍ଠାନ ବନ୍ଦ ରହିଛି ଏବଂ ଶ୍ରମିକ ମାନେ ବେରୋଜଗାର ବସିଛନ୍ତି। ତେଣୁ କେନ୍ଦ୍ର ସରକାର ଯେଉଁ ପ୍ରତିଷ୍ଠାନ ଗୁଡିକରେ ୧୦୦ ରୁ କମ କର୍ମଚାରୀ ଥିବେ, କର୍ମଚାରୀ ଭବିଷ୍ୟତ ନିଧି ପାଣ୍ଠି ଆଇନ ୧୯୫୨ ଅନୁଯାୟୀ ପଞ୍ଜିକୃତ ହୋଇଥିବେ ଏବଂ ସେଥିମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମାନଙ୍କର ମାସିକ ଦରମା ୧୫ ହଜାରରୁ କମ ରହିଥିବ, ସେହିମାନେ ଏହି ଯୋଜନାର ଲାଭ ପାଇପାରିବେ।

ଏହି ଯୋଜନା ଅନୁଯାୟୀ ପ୍ରତି ମାସ ଭବିଷ୍ୟତ ନିଧି ପାଣ୍ଠିରେ ଜମା ହେଉଥିବା କର୍ମଚାରୀଙ୍କ ମାସିକ ଦରମାର ୧୨ ପ୍ରତିଶତ ଅଂଶଧନ ଓ ନିଯୁକ୍ତିଦାତାଙ୍କ ତରଫରୁ ଜମା ହେଉଥିବା ୧୨ ପ୍ରତିଶତ ଅଂଶଧନକୁ ମିଶାଇ ସମୁଦାୟ ୨୪ ପ୍ରତିଶତ ଅଂଶଧନ ଟଙ୍କାକୁ ତିନି ମାସ ପାଇଁ ସରକାର ଜମା କରିବେ। ଏହି ଯୋଜନାର ଲାଭ ପାଇବା ପାଇଁ କର୍ମଚାରୀଙ୍କର ଆଧାର ନମ୍ବର ସହିତ ୟୁଏନ ନମ୍ବର ସଂଯୁକ୍ତ ହୋଇଥିବା ନିହାତି ଆବଶ୍ୟକ ଅଟେ। ଏହା ସହିତ କର୍ମଚାରୀଙ୍କ ଅଂଶଧନ ଗତ ସେପ୍ଟେମ୍ବର ୨୦୧୯ ରୁ ଫେବୃଆରୀ ୨୦୨୦ ମଧ୍ୟରେ ଆକାଉନ୍ଟରେ ଜମା ହୋଇଥିବା ଆବଶ୍ୟକ ଅଟେ। ଏହି ଯୋଜନାରେ ସାମିଲ ହେବା ପାଇଁ ଆବେଦନର ସମୟସୀମା ଆଗାମୀ ୧୫ ତାରିଖ ରହିଛି। ସମ୍ବଲପୁର ଭବିଷ୍ୟତ ନିଧି କାର୍ଯ୍ୟାଳୟ ଅଧିନରେ ସମ୍ବଲପୁର, ବରଗଡ, ଝାରସୁଗୁଡା ଓ ଦେବଗଡ ଜିଲା ସାମିଲ ରହିଛି। ଏହି ଜିଲା ମାନଙ୍କରେ ୧୦୫୬ଟି ପ୍ରତିଷ୍ଠାନ ପଞ୍ଜିକୃତ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ନେବା ପାଇଁ ମାତ୍ର ୩୮୧ଟି ପ୍ରତିଷ୍ଠାନ ଆବେଦନ କରିଛନ୍ତି। ଯଦି ଆଗାମୀ ୧୫ ତାରିଖ ମଧ୍ୟରେ ବାକି ରହିଥିବା ପ୍ରତିଷ୍ଠାନ ଗୁଡିକ ଯୋଜନାରେ ସାମିଲ ହେବା ପାଇଁ ଆବେଦନ କରିବେ ନାହିଁ, ତାହା ହେଲେ ସେମାନଙ୍କ ସହାୟତା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦତ୍ତ ପାଣ୍ଠି ଫେରିଯିବ ବୋଲି ଆସିଷ୍ଟାନ୍ଟ ପିଏଫ କମିଶନର ଦାସ କହିଛନ୍ତି। ସରକାର କ୍ଷୁଦ୍ର ବ୍ୟବସାୟୀ ଓ କର୍ମଚାରୀ ମାନଙ୍କୁ ସହାୟତା ଯୋଗାଇ ଦେଉଥିବା ବେଳେ ବହୁ ସମୟରେ ସଚେତନତା ଅଭାବରୁ ଟଙ୍କା ଫେରି ଯାଉଥିବାର ଜଣାପଡିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories