www.samajalive.in
Friday, December 5, 2025
20.1 C
Bhubaneswar

ଅରୁଚି ହେଲା ସଙ୍ଗରୋଧ କେନ୍ଦ୍ର ମଧ୍ୟାହ୍ନ ଭୋଜନ; ଥାଳି ସହ ବାହାରେ ଫିଙ୍ଗିଲେ ପ୍ରବାସୀ

ବ୍ରହ୍ମପୁର: ଘରକୁ ଆସିବେ ବୋଲି ବିକଳ ହେଉଥିଲେ । ରାଜ୍ୟ ସରକାର ଯାହା ସର୍ତ ରଖିବେ ତାକୁ ମାନିବେ ବୋଲି କହୁଥିଲେ । ହେଲେ ଓଡ଼ିଶାରେ ପହଞ୍ଚିବା ପରେ ଆରମ୍ଭ ହୋଇଛି ଯେତେସବୁ ବଦମାସୀ । କିଏ କ୍ବାରେଣ୍ଟାଇନ ସେଣ୍ଟର ଛାଡ଼ି ପଳାଇଲେଣି ତ କିଏ ଖାଇବା ଫିଙ୍ଗିଲେଣି । ଗଞ୍ଜାମ ଜିଲାରେ ଦୁଇଟି କେନ୍ଦ୍ରରେ ଶତାଧିକ ପ୍ରବାସୀ ସଙ୍ଗରୋଧ ବାରଣ ନ ମାନି ପଳାଇ ଯାଇଥିବା ଖବର ମିଳିଥିବାବେଳେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତରେ । ମଧ୍ୟାହ୍ନ ଭୋଜନରେ ଦିଆଯାଇଥିବା ଭାତ ଡ଼ାଲମାକୁ ଫିଙ୍ଗିଛନ୍ତି ସଙ୍ଗରୋଧ କେନ୍ଦ୍ର ଅନ୍ତେବାସୀ । ଖାଦ୍ୟର ମାନକୁ ନେଇ ସେମାନେ ପ୍ରଶ୍ନ ଉଠାଇ ଏପରି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି । ଖାଲି ସେତିକି ନୁହେଁ ଏହାକୁ ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରିଛନ୍ତି ।

ସୁବଳୟା ପଞ୍ଚାୟତ ଶତ୍ରୁଶୋଲ ଆଦର୍ଶ ବିଦ୍ୟାଳୟରେ ଏହି ପ୍ରବାସୀମାନଙ୍କୁ ସଙ୍ଗରୋଧରେ ରଖାଯାଇଛି । ଆଜି ସକାଳେ ସେମାନଙ୍କୁ ଉପମା-ତରକାରୀ ଦିଆଯାଇଥିଲା । ତାକୁ କିଛି ଲୋକ ଖାଇଥିଲେ, ଆଉ କିଛି ଲୋକ ଖାଇ ନ ଥିଲେ । ମଧ୍ୟାହ୍ନରେ ଭାତ ଡ଼ାଲମା ଦିଆଯାଇଥିଲା । ସମସ୍ତଙ୍କୁ ଅଲଗା ଅଲଗା ପ୍ୟାକେଟ୍ କରି କାର୍ଡ଼ବୋର୍ଡ଼ ଥାଳିରେ ଖାଦ୍ୟ ଦିଆଯାଇଥିଲା । କିଛି ଲୋକ ଖାଦ୍ୟର ମାନକୁ ନେଇ ଆପତ୍ତି କରିବା ସହ ଖାଦ୍ୟକୁ ଫିଙ୍ଗି ଦେଇଥିଲେ । ସେମାନଙ୍କୁ ଦେଖି ଆଉ କିଛି ଲୋକ ମଧ୍ୟ ଖାଦ୍ୟକୁ ବାହାରେ ଫିଙ୍ଗିଥିଲେ । ଖାଦ୍ୟ ଯୋଗାଉଥିବା ମହିଳାମାନେ ଯେତେ ବୁଝାବୁଝି କରିଥିଲେ ମଧ୍ୟ କେହି ଶୁଣିବାକୁ ପ୍ରସ୍ତୁତ ନ ଥିଲେ । ସୂଚନା ପାଇ ସ୍ଥାନୀୟ ବିଡ଼ିଓ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିବା ସୂଚନା ମିଳିଛି ।

- Advertisement -

ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଙ୍ଗରୋଧ କେନ୍ଦ୍ରର ଅନ୍ତେବାସୀଙ୍କ ପାଇଁ ପ୍ରତ୍ୟେକ ଦିନକୁ ୧୨୦ ଟଙ୍କା ଖାଦ୍ୟ ନିମନ୍ତେ ବ୍ୟୟ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି । ସକାଳ, ମଧ୍ୟାହ୍ନ ଓ ରାତିରେ ଖାଦ୍ୟ ବ୍ୟତୀତ ସନ୍ଧ୍ୟାରେ ଚା ଦିଆଯିବାକୁ ସ୍ଥିର ହୋଇଛି । ଏହାବ୍ୟତୀତ ସେମାନଙ୍କର ହାଇଜେନିକ କିଟ୍ କିଣା ନିମନ୍ତେ ୩୦୦ ଟଙ୍କା ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories