www.samajalive.in
Saturday, December 6, 2025
17.1 C
Bhubaneswar

କୋରାପୁଟ ନୋଡାଲ ସେକ୍ରେଟେରୀର ଦାୟିତ୍ବ ଗ୍ରହଣକଲେ ବିକ୍ରମ ଯାଦବ

ଲକ୍ଷ୍ମୀପୁର : କରୋନା ପାଇଁ ସାରା ବିଶ୍ୱ, ଦେଶ ଓ ରାଜ୍ୟ ଲଢୁଥିବା ବେଳେ ରାଜ୍ୟ ସରକାର ଏହାର ସୁପରିଚାଳନା ପାଇଁ କୋରାପୁଟର ନୋଡାଲ ସେକ୍ରେଟେରୀ ଭାବେ ବିର ବିକ୍ରମ ଯାଦବଙ୍କୁ ଦାୟିତ୍ବ ଅର୍ପଣ କରିଛନ୍ତି। ଶ୍ରୀ ଯାଦବ କୋରାପୁଟ ପରିଦର୍ଶନରେ ଆସି ରାୟଗଡା ଯିବା ବେଳେ ରବିବାର ଲକ୍ଷ୍ମୀପୁର ବ୍ଲକରେ ପହଞ୍ଚି ବ୍ୟବସ୍ଥା ଓ ତାହାର ପରିଚାଳନା କିପରି ହେଉଛି ସ୍ଥିତି ପରଖିଛନ୍ତି। ଗୌଡଗୁଡା ଆଦର୍ଶ ବିଦ୍ୟାଳୟ ଏବଂ ସଦର ମହକୁମା ଠାରେ ଥିବା ଆଇଟିଆଇ କଲେଜରେ ହୋଇଥିବା ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ବୁଲି ଦେଖିଥିଲେ । ବିଶେଷ କରି ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ସଂଗରୋଧ ଶିବିର ଗୁଡିକରେ ଯେତିକି ଶଯ୍ୟା ପକାଯାଇଛି ତାହାକୁ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସୂଚନା ଯୋଗ୍ୟ, ଏହି ବ୍ଲକରେ ବର୍ତ୍ତମାନ ସୁଦ୍ଧା ୪୯୨ଟି ଶଯ୍ୟା ବନ୍ଦୋବସ୍ତ କରାଯାଇଥିବା ବେଳେ ବିଭିନ୍ନ ରାଜ୍ୟରେ ୪୩୨ଜଣ ଅଟକି ରହିଥିବା ସହିତ ଫେରିବା ପାଇଁ ନାମ ପଞ୍ଜୀକରଣ କରିଛନ୍ତି। ସେହିପରି ଫେରିଥିବା ୮ଜଣ ବର୍ତ୍ତମାନ ସଂଗରୋଧରେ ଅଛନ୍ତି। ପର୍ୟ୍ୟାୟକ୍ରମେ ଯେଉଁମାନେ ଫେରିବେ ସେମାନଙ୍କୁ ୧୪ଦିନ ସଂଗରୋଧ ରେ ରଖାଯିବା ସହିତ କୌଣସି ଲକ୍ଷଣ ନଥିବା ଜଣାପଡିବା ପରେ ସେମାନଙ୍କୁ ଛାଡି ଦିଆଯିବ ବୋଲି ଶ୍ରୀ ଯାଦବ କହିଥିଲେ।

- Advertisement -

ତାଙ୍କ ସହିତ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ସହିତ ଜିଲା ପ୍ରକଳ୍ପ ନିଦ୍ଦେର୍ଶକ ପ୍ରବିର କୁମାର ନାୟକ ଆସିଥିବା ବେଳେ ଏଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ଷଢଙ୍ଗୀଙ୍କୁ ପରିଚାଳନା ସଂପର୍କରେ ପଚାରିଥିଲେ ସେହିପରି କରୋନା ସଂପର୍କିତ ବିଭିନ୍ନ କାର୍ୟ୍ୟ କିଭଳି ସୁଚାରୁରୂପେ ପରିଚାଳିତ ହେବ ସେ ନେଇ ପରାମର୍ଶ ଦେଇଥିଲେ। ଏଠାରେ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories