www.samajalive.in
Saturday, December 6, 2025
23.1 C
Bhubaneswar

କରୋନା ଯୋଦ୍ଧା ଗୌରୀଙ୍କୁ ଉଚ୍ଚପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ; ଡ୍ୟୁଟି ବେଳେ ଝିଅର ମୃତ୍ୟୁ ଖବର ମିଳିଥିଲା

ପିପିଲି: ପିପିଲି ଥାନାର ମହିଳା ହୋମଗାର୍ଡ ଗୌରୀ ବେହେରାଙ୍କୁ ନେଇ ସବୁଆଡେ ଚର୍ଚ୍ଚା। ନିଜର ଏକମାତ୍ର ୧୩ବର୍ଷୀୟା କନ୍ୟାର ଦୁଃଖଦ ମୃତ୍ୟୁ ସମୟରେ ମଧ୍ୟ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗୌରୀ ନିଜର ଡ୍ୟୁଟି ଜାରି ରଖି ସମସ୍ତଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍‍ କରି ଗୌରୀଙ୍କ ନିଷ୍ଠା ଓ ସମର୍ପିତ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିବା ସହ ସମବେଦନା ଜଣାଇଛନ୍ତି।

ପିପିଲି ବ୍ଲକ ସଁପୁର ଗ୍ରାମର ଗୌରୀ ବେହେରା ପିପିଲି ଥାନାରେ ହୋମଗାର୍ଡ ଭାବେ ନିଯୁକ୍ତି ପାଇଥିବା ବେଳେ ମହାମାରୀ କରୋନା ଲକ୍‍ଡାଉନ୍‍ରେ ସେ ପିପିଲି ପଣ୍ଡାବଜାର ଠାରେ ଡ୍ୟୁଟି କରନ୍ତି। ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ତାଙ୍କର ଏକମାତ୍ର କନ୍ୟା ଲୋପାମୁଦ୍ରା ବେହେରା (୧୩) କ୍ୟାନ୍‍ସର ରୋଗରେ ପିଡିତ ଥାଇ ଘରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ମଧ୍ୟ ଗୌରୀ ନିରନ୍ତର ଭାବେ ଡ୍ୟୁଟି କରୁଥିଲେ। ଗତ ୨୫ ତାରିଖରେ ସେ ନିଜର ଡ୍ୟୁଟି ସମୟରେ କନ୍ୟାର ମୃତ୍ୟୁ ଖବର ପାଇଥିଲେ। କିଛି ସମୟ ପାଇଁ ସେ ସ୍ତବ୍ଧ ହୋଇଯିବା ପରେ ଆଖିରୁ ଲୁହକୁ ପୋଛି ପୁଣି ଡ୍ୟୁଟିରେ ବ୍ୟସ୍ତ ଥିଲେ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପନିପରିବା ଓ ମାଛ ଦୋକାନରେ ଗ୍ରାହକ ମାନଙ୍କୁ ସାମାଜିକ ଦୂରତ୍ୱ ପାଳନ କରିବାକୁ ସେ ସଚେତନ କରାଇବାରେ ବ୍ୟସ୍ତ ଥିଲେ। ଡ୍ୟୁଟି ସରିବା ପରେ ନିଜ କନ୍ୟାର ବିୟୋଗ ଖବର ଅନ୍ୟ ପୁଲିସ କର୍ମଚାରୀଙ୍କୁ ଜଣାଇ ସେ ଘରକୁ ଯାଇଥିଲେ। ଝିଅର ମୃତଦେହ ପାଖରେ ପହଞ୍ଚିବା ପରେ ଶବ ସତ୍କାର କରାଯାଇଥିଲା। ଦୀର୍ଘ ଦିନ ଧରି ଝିଅ ମୃତ୍ୟୁ ସହ ସଂଗ୍ରାମ କରୁଥିବା ସମୟରେ ମଧ୍ୟ ଗୌରୀ କେବେବି ଛୁଟିରେ ରହିନଥିଲେ। ଗୌରୀଙ୍କ ଏହି ନିଷ୍ଠା ଓ ସମର୍ପିତ କାର୍ଯ୍ୟକୁ ସବୁରି ମହଲରୁ ପ୍ରଶଂସା କରାଯାଇଛି। ପୁରୀ ଏସ୍‍ପି ଡଃ. ଉମାଶଙ୍କର ଦାଶ ଗୌରୀଙ୍କୁ ସମବେଦନା ଜଣାଇବା ସହ ୧୦ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଅତିରିକ୍ତ ଏସ୍‍ପି ଅରୁଣ କୁମାର ଜେନା, ପିପିଲି ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଶରତ କୁମାର ସାହୁ ପ୍ରମୁଖ ଗତକାଲି ଗୌରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଗୌରୀଙ୍କ କର୍ତ୍ତବ୍ୟ ପରାୟଣତା ଓ ନିଷ୍ଠାପର ସେବା ପିପିଲି ପୁଲିସ ପାଇଁ ଉଦାହରଣ ପାଲଟିଥିବା ବେଳେ ଗୌରୀଙ୍କ ସହ ପିପିଲି ପୁଲିସ ଅଛି ବୋଲି ଆଇଆଇସି ଶରତ କୁମାର ସାହୁ କହିଛନ୍ତି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories