www.samajalive.in
Sunday, December 7, 2025
13.1 C
Bhubaneswar

୩୩ ଦିନ ଧରି ‘ସମ୍ବଳ’ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ 

ସମ୍ବଲପୁର : କରୋନା ସଙ୍କଟ ଯୋଗୁଁ ଏବେ ଦେଶ ଲକ ଡାଉନ ରହିଛି। ଏଣୁ ବହୁ ଦିନ ମଜୁରିଆ, ଅସହାୟ ବ୍ୟକ୍ତି, ଶିଶୁ, ମହିଳା ମାନେ ଖାଦ୍ୟ ପାଉ ନାହାନ୍ତି। ତେବେ ସମ୍ବଲପୁରର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସମ୍ବଳ’ ତରଫରୁ ଗତ ଏପ୍ରିଲ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୪ ହଜାର ଲୋକଙ୍କୁ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ବିତରଣ କରିଛନ୍ତି। ମହାନଗର ନିଗମ ଅଞ୍ଚଳର ଝୁପୁଡିପଡା, ଷ୍ଟେସନପଡା, ତାଲଭଟ୍ଟାପଡା, ଚନ୍ଦନ ନଗର, ମାଲିବାରି, କମଳି ବଜାର, ବାଲିବନ୍ଧା, ଦେଉଳବନ୍ଧ, ଡିଙ୍ଗରାପଡା, ଘୁନଘୁଟୀ ପଡା, ନରସିଂହ ମନ୍ଦିର, ଝାଙ୍କରପାଲୀ, ସୁନାପାଲି, ଅଇଁଠାପାଲୀ, ଦାନୀପାଲି, କୁଲୁଥକାନୀ, ଜେଲ ଛକ, ବିନାଖଣ୍ଡି, ଗୋଲମୁଣ୍ଡା, ସୌରଭ ବିହାର, କୁମ୍ଭାରପଡା, ରାମାୟଣ ଗଳି ଆଦି ଅଞ୍ଚଳରେ ଲକ ଡାଉନ ଯୋଗୁଁ ଅସହାୟ, ଶ୍ରମିକ, ବାହ୍ୟ ରାଜ୍ୟରୁ ଆସି ଫସିଥିବା ଶ୍ରମିକ, ଶିଶୁ, ଗରିବ ମାନଙ୍କୁ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଛି। ଏହା ସହିତ ସହରର କିଛି ନସିଂହୋମ ଗୁଡିକରେ ଭର୍ତ୍ତି ଥିବା ରୋଗୀ ମାନଙ୍କର ସହାୟକ ଓ ସର୍ମ୍ପକୀୟ ମାନଙ୍କୁ ମଧ୍ୟ ଖାଦ୍ୟ ପ୍ରଦାନ କରାଯାଇଛି। ଅନୁଷ୍ଠାନ ପକ୍ଷରୁ ଲୋକଙ୍କ ସ୍ୱାଦକୁ ଆଖି ଆଗରେ ରଖି ବିଭିନ୍ନ ଦିନ ଭାତ, ଡାଲମା, ଖଟା, ଆମ୍ବିଳ, ଘାଣ୍ଟ ତରକାରୀ, ଅଣ୍ଡା ତରକାରୀ, ଚିକେନ ତରକାରୀ, ମାଲପୁଆ ଓ ଆଚାର ଆଦି ପ୍ରଦାନ କରାଯାଇଛି। ବିଗତ ୩୩ ଦିନ ଧରି ଚାଲି ଆସିଥିବା ଏହି ମହତ କାର୍ଯ୍ୟ ପାଇଁ ଶାରିରୀକ ଓ ଆର୍ଥିକ ସାହାର୍ଯ୍ୟ କରିଥିବା ସମସ୍ତ ବ୍ୟକ୍ତିଙ୍କୁ ଅନୁଷ୍ଠାନ ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଅର୍ପଣ କରାଯାଇଛି। ସୂଚନାଯୋଗ୍ୟ ଯେ, ସମ୍ବଲପୁର ଗ୍ରୀନ ଜୋନରେ ରହିଥିବାରୁ ସୋମବାର ଠାରୁ ବ୍ୟାପକ କୋହଳ କରାଯାଉଥିବାର ଅନୁମାନ ଥିବାରୁ ଲୋକେ କାମଧନ୍ଦା ପାଇ ପାରିବେ ବୋଲି ଆଶା କରାଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories