www.samajalive.in
Saturday, December 6, 2025
26.1 C
Bhubaneswar

ପେଟ୍ରୋଲ ଅପେକ୍ଷା ବିମାନ ଇନ୍ଧନ ଶସ୍ତା

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ବିଶ୍ବର ଅଧିକ ଦେଶରେ ଲକଡାଉନ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଏହି କାରଣରୁ ଅଶୋଧିତ ତୈଳ ଦରରେ ତୀବ୍ର ହ୍ରାସ ଘଟିଛି। ସେହିଭଳି ପେଟ୍ରୋଲ ଏବଂ ଡିଜେଲର ଦର ୫୦ ଦିନ ହେବ ସ୍ଥିର ରହିଥିବା ଜଣାପଡିଛି। ତେବେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ଦିଲ୍ଲୀରେ ଜେଟ ଇନ୍ଧନ (ଏଟିଏଫ) ମୂଲ୍ୟ ୨୩.୨ ପ୍ରତିଶତ ହିସାବରେ କିଲୋଲିଟର ପିଛା ୬,୮୧୨.୬୨ ହ୍ରାସ କରିଛନ୍ତି। ଦିଲ୍ଲୀରେ ବର୍ତ୍ତମାନ କିଲୋଲିଟର ପିଛା ୨୨,୫୪୪.୭୫ ରହିଛି।

ବିମାନରେ ଇନ୍ଧନ ଭାବରେ ATF (ଆଭିଏସନ୍ ଟର୍ବାଇନ ଇନ୍ଧନ) ବ୍ୟବହୃତ ହୁଏ। ଏହାର ମୂଲ୍ୟ ବର୍ତ୍ତମାନ କାର ଏବଂ ଦୁଇ ଚକିଆ ଯାନରେ ବ୍ୟବହୃତ ପେଟ୍ରୋଲ ମୂଲ୍ୟର ଏକ ତୃତୀୟାଂଶରୁ କମ୍ ରହିଛି। ଫେବୃଆରୀ ଠାରୁ ଏଟିଏଫ୍ ମୂଲ୍ୟ ଷଷ୍ଠ ଥର ପାଇଁ ହ୍ରାସ ପାଇଛି। ଫେବୃଆରୀ ପରେ ଜେଟ ଇନ୍ଧନର ମୂଲ୍ୟ ପ୍ରାୟ ଦୁଇ ତୃତୀୟାଂଶ ହ୍ରାସ ପାଇଛି। ହ୍ରାସ ପୂର୍ବରୁ ଦିଲ୍ଲୀର ଏଟିଏଫ୍ ର ଦର ଫେବୃଆରୀରେ କିଲୋଲିଟର ପିଛା ୬୪,୩୨୩.୭୬ ଥିଲା ଏବଂ ବର୍ତ୍ତମାନ ଏହାର ମୂଲ୍ୟ କିଲୋଲିଟର ପିଛା ୨୨,୫୪୪.୭୫ ରହିଛି। ସେହିଭଳି ଅନ୍ୟ ମେଟ୍ରୋ ସହରଗୁଡିକରେ ଇନ୍ଧନ ଦର ହ୍ରାସ ପାଉଥିବା ମଧ୍ୟ ଦେଖାଯାଉଛି।

- Advertisement -

ଦିଲ୍ଲୀରେ ଏକ ଲିଟର ପେଟ୍ରୋଲ ପିଛା ୬୯.୫୯ ଟଙ୍କା ଏବଂ ଡିଜେଲର ଲିଟର ପିଛା ୬୨.୨୯ ଟଙ୍କା ରହିଛି। ଏଥିସହିତ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୭୬.୩୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୬୬.୨୧ ଟଙ୍କା ରେ ବିକ୍ରି ହେଉଛି। ଚେନ୍ନାଇରେ ଏକ ଲିଟର ପେଟ୍ରୋଲର ଦର ୭୨.୨୮ ଟଙ୍କା ଥିବାବେଳେ ଡିଜେଲର ବର୍ତ୍ତମାନ ଲିଟର ପିଛା ୬୫.୭୧ ଟଙ୍କା ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories