www.samajalive.in
Saturday, December 6, 2025
15.1 C
Bhubaneswar

ସିଏଫଏଆର ଓ ପ୍ରୟାସ ସହାୟତା କେନ୍ଦ୍ର ସଦସ୍ୟ ପକ୍ଷରୁ ନିସହାୟଙ୍କୁ ରିଲିଫ ବଣ୍ଟନ

ଭୁବନେଶ୍ବର : ବିଏମଏସି ୪୨ ନମ୍ବର ୱାର୍ଡର ରେଡ୍ଡିସାହିରେ ସେଣ୍ଟର ଫର ଆଡଭୋକେସୀ ଆଣ୍ଡ ରିସର୍ଚ୍ଚ ( CFAR ) ଓ ପ୍ରୟାସ ସହାୟତା କେନ୍ଦ୍ର ସଦସ୍ୟ ପକ୍ଷରୁ ବିଧବା, ରିକ୍ସା ଚାଳକ ଓ ନିସହାୟଙ୍କୁ ରିଲିଫ ବଣ୍ଟନ କରାଯାଇଛି । ଏହାସହିତ  ସିଏଫଏଆର ଓ ସିଓ୍ବାଇଏସଡି (CYSD) ପକ୍ଷରୁ ରେସନ୍ କାର୍ଡ ନ ଥିବା ହିତାଧିକାରୀଙ୍କୁ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ବିତରଣ କରାଯାଇଛି। ଏହି ଅବସରରେ ହିତାଧିକାରୀଙ୍କୁ ପ୍ୟାକେଟ ଯୋଗେ ଚାଉଳ, ଚିନି, ଲୁଣ, ସାନିଟାରୀ ନାପକିନ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।  

ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଜିଲା ଆଇନସେବା ସଚିବ ଶ୍ରୀ ମାନସ ରଂଜନ ରାୟ ଉପସ୍ଥିତ ରହି ସମସ୍ତ ପରିବାର ସଦସ୍ୟଙ୍କୁ  ରିଲିଫ୍ ବଣ୍ଟନ କରିଥିଲେ। ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଶେଷ ହେବାପରେ ଡିଏଲଏସଏ (DLSA) ସଚିବ ପରିଦର୍ଶନ କରି ବୁଝିଥିଲେ।  ଡିଏଲଏସଏ ଓ ସିଏଫଏଆର ଅଧୀନରେ ଥିବା  ପ୍ରୟାସ ସହାୟତା କେନ୍ଦ୍ର ସଦସ୍ୟ ସଦସ୍ୟମାନଙ୍କୁ ମହାମରୀ କରୋନା ସଂକ୍ରମଣରେ ସମୟରେ ସେମାନେ ସଂଗ୍ରାମୀ ଭାବରେ କାର୍ଯ୍ୟ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories