www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରବାସୀ ଓଡ଼ିଆଙ୍କୁ ବେଙ୍ଗାଲୁର ପୁଲିସ କମିଶନରଙ୍କ ପରାମର୍ଶ: ସହର ଛାଡ଼ି ଯାଆନ୍ତୁ ନାହିଁ

ବେଙ୍ଗାଲୁରୁ: ବିଭିନ୍ନ ରାଜ୍ୟ ସରକାର ପ୍ରବାସରେ ଥିବା ନିଜନିଜ ରାଜ୍ୟର ଅଧିବାସୀଙ୍କ ପାଇଁ ବ୍ୟସ୍ତ । ଓଡ଼ିଶା ସମେତ କିଛି ରାଜ୍ୟ ସରକାର ଅନ୍ୟରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସେମାନଙ୍କ ଶ୍ରମିକଙ୍କୁ ଫେରାଇ ନେବା ନେଇ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନ୍ଧ୍ର, କର୍ଣ୍ଣାଟକ, ତାମିଲନାଡ଼ୁ, କେରଳ, ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଭିଡ଼ିଓ କନ୍ଫରେନ୍ସିଂରେ ଏ ସମ୍ପର୍କରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ଏହି କ୍ରମରେ କର୍ଣ୍ଣାଟକରେ ଥିବା ଓଡ଼ିଆଙ୍କ ନିମନ୍ତେ ଏକ ବାର୍ତା ଜାରି କରିଛନ୍ତି ସ୍ଥାନୀୟ ପୁଲିସ କମିଶନର ଭାସ୍କର ରାଓ । ସହର ଛାଡ଼ି ନିଜ ରାଜ୍ୟକୁ ଫେରିବାର ଆବଶ୍ୟକତା ନାହିଁ । ତାଲାବନ୍ଦ ଯୋଗୁଁ ଭୟଭୀତ ହୋଇ ଘରକୁ ଚାଲିଯିବାକୁ ଚାହୁଁଥିବା  ଲୋକ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ବେଙ୍ଗାଲୁରରେ ରୁହନ୍ତୁ ଓ ସୁରକ୍ଷିତ ରହି ନିଜର ଚାକିରି କରନ୍ତୁ ବୋଲି ସେ କହିଛନ୍ତି ।  ସେ କହିଛନ୍ତି, ଖୁବଶୀଘ୍ର କର୍ଣ୍ଣାଟକରେ  କଳକାରଖାନା ଖୋଲିବ ଓ ପୁଣି କାମ ଆରମ୍ଭ ହେବ । ତେଣୁ ସେମାନେ ଆଦୌ ବ୍ୟସ୍ତ ନ ହେବାକୁ ଶ୍ରୀ ରାଓ ପରାମର୍ଶ ଦେଇଛନ୍ତି । ଏହା ସହିତ ଯଦି କୌଣସି ବ୍ୟକ୍ତି କୌଣସି ସମସ୍ୟା ଅନୁଭବ କରୁଛନ୍ତି ତେବେ ନିକଟସ୍ଥ ଥାନା ସହ ଯୋଗାଯୋଗ କରିବାକୁ ସେ ପରାମର୍ଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  ବି.ଏସ. ୟେଦୁରପ୍ପାଙ୍କ ସହ ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ସଂକ୍ରାନ୍ତରେ ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ ।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories