www.samajalive.in
Sunday, December 14, 2025
19.1 C
Bhubaneswar

ମୋତିଝରନ ଅଞ୍ଚଳରେ ଛୁରାମାଡ ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପୁଲିସ ହାତରୁ ଖସି ସାରିଥିବାରୁ ଅପରାଧି ନିୟନ୍ତ୍ରଣ ଅପେକ୍ଷା ନିଜର ଦୋଷ ଦୁର୍ବଳତାକୁ ଲୁଚାଇବାରେ ବେଶ ସକ୍ରିୟ । ଅନେକ ସଙ୍ଗୀନ ମାମଲା ଗୁଡିକରେ ପୁଲିସ ପାରୁପର୍ଯ୍ୟନ୍ତ ଅପରାଧିକ ଘଟଣା ଗୁଡିକୁ ଲୁଚାଇବାରେ ବେଶ ବ୍ୟସ୍ତ । ଏଭଳି ଏକ ଘଟଣାରେ ସ୍ଥାନୀୟ ମୋତିଝରନ ଅଞ୍ଚଳରେ ରବିବାର ଦିନବେଳାରେ କୌଣସି କାରଣରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମୋତିଝରନ ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏଥିରେ ଗୋଟିଏ ପକ୍ଷର ମହମ୍ମଦ କାଲୁ ଓ ଅନ୍ୟ ପକ୍ଷର ଜଣେ ଯୁବକଙ୍କ ସମେତ ସମୁଦାୟ ୨ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ଉଭୟ ଚିକିତ୍ସିତ ହେଉଥିବା ବେଳେ ବିଳମ୍ବିତ ରାତ୍ରିରେ ଅଭିଯୋଗ ହେବାରୁ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣାରେ ଅଭିଯୁକ୍ତ ମାନେ ଫେରାର ରହିଥିବା ବେଳେ ପୁଲିସ ହାତକୁ ହାତ ଧରି ବସି ରହିଛି ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories