ସମ୍ବଲପୁର: ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଅର୍ନ୍ତଗତ ହିରୋ ଗ୍ରାମ ଠାରେ ମା’ ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି। ବିଗତ ୩ ଧରି ଚାଲିଥିବା ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ ମଣ୍ଡପ ସଂସ୍କାର ଓ କଳସ ଯାତ୍ରା, ଦ୍ୱିତୀୟ ଦିବସରେ ପୂଜାରମ୍ଭ ଏବଂ ତୃତୀୟ ଦିବସରେ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟରେ ବୁଦ୍ଧିମାନ ଦୀପ ଓ ବିଶାଖା ଦୀପ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ। ପଣ୍ଡିତ ବିଭୁ ନାୟକ ଓ ସାଥିମାନେ ପୂଜାର୍ଚ୍ଚନା ଦାୟିତ୍ୱ ତୁଲାଇ ଥିଲେ। କାର୍ଯ୍ୟକ୍ରମକୁ ପ୍ରତିଷ୍ଠା କମିଟି ଅଧ୍ୟକ୍ଷ ମୁରଲୀଧର ଛତର, ସଭାପତି ଭୋଲା ଶଙ୍କର ମହତମ, ଉପ ସଭାପତି ବିଶ୍ୱାମିତ୍ର ନାଗ, କାର୍ଯ୍ୟକାରୀ ସଭାପତି ଉଜ୍ୱଳ ମହାକୁଡ, ସାଧାରଣ ସମ୍ପାଦକ ସୁରେନ୍ଦ୍ର କୁମାର ବଗର୍ତ୍ତି, ଜୟ କିଶୋର ଜାଲ, ସୌଦାଗର ହାତୀ, ଜୟଦେବ ରାଉତ, ରଞ୍ଜନ ଭୋଇ, ଅର୍ଜୁନ ବାଗ, ଆଦିତ୍ୟ ବାଗ, ନରେଶ ପ୍ରଧାନ ପରିଚାଳନା କରିଥିଲେ। ଶ୍ୟାମ ସୁନ୍ଦର ଧର ଓ ପଦ୍ମିନୀ ଦୋରା ଏବଂ ସାଥି ଭଜନ ପରିବେଷଣ କରିଥିଲେ।
Popular Categories



