www.samajalive.in
Sunday, December 14, 2025
26.1 C
Bhubaneswar

ଅଗ୍ନିକାଣ୍ଡରେ ୪ବଖରା ଭଷ୍ମିଭୁତ

ଚୌଦ୍ୱାର: ଟାଙ୍ଗୀ-ଚୌଦ୍ୱାରବ୍ଲକ ଶଙ୍କରପୁର ପଂଚାୟତ ମଝିସାହିରେ ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ୪ବଖରା ଘର ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ଏହି ଗ୍ରାମର ବିପିନ ଜଟ୍ଟଙ୍କ ଘରେ ଅପରାହ୍ନ ୪ଟା ସମୟରେ ଘର ଜଳୁଥିବା ଦେଖି ପରିବାର ଲୋକେ ଘର ବାହାରକୁ ଚାଲି ଆସିଥିଲେ। ସ୍ଥାନୀୟ ଲୋକେ ବହୁ ପରିଶ୍ରମ କରିଥିଲେ ମଧ୍ୟ ନିଅାଁକୁ ଆୟତ୍ତ କରିପାରିନଥିଲେ। ଖବର ପାଇ ଚୌଦ୍ୱାର ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା ବେଳେ ତାଙ୍କର ଘର ସମ୍ପୁର୍ଣ୍ଣ ଭାବେ ଜଳି ଯାଇଥିଲା। ଅଗ୍ନିକାଣ୍ଡରେ ଧାନ, ଚାଉଳ ଠାରୁ ଆରମ୍ଭ କରି ନଗଦ ୬୦ହଜାରଟଙ୍କା ଋଣ କରି ଆଣି ଦୋକାନ କରିବାକୁ ରଖିଥିଲା ବେଳେ ତାହା ମଧ୍ୟ ପୋଡିଯାଇଥିବା ବିପିନ କହିଛନ୍ତି।

 

- Advertisement -

ଘରର ସମସ୍ତ ଆସବାବପତ୍ର ପୋଡିଯାଇଥିବା ବେଳେ ଏବେ ତାଙ୍କ ପରିବାର ପିନ୍ଦିଥିବା ପୋଷାକକୁ ଛାଡିଦେଲେ ଆଉ କିଛି ନାହିଁ। ତେଣୁ ପରିବାର ଲୋକେ ଏବଂ ଗ୍ରାମବାସୀଙ୍କ ତରଫରୁ ତୁରନ୍ତ ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ସ୍ଥାନୀୟ ପ୍ରଶାସନକୁ ଅନୁରୋଧ କରିଛନ୍ତି। ଖବର ପାଇ ଆରଆଇ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି। ସରପଞ୍ଚ ସୁକାନ୍ତ ରାଉତ ଘଟଣାସ୍ଥଳକୁ ଯାଇ ଜରିପାଲ ଓ ଶୁଖିଲା ଖଦ୍ୟ ଦେବା ସହିତ ତାଙ୍କୁ ଗାଁରେ ରହିବା ପାଇଁ ଏକ ଘରର ବ୍ୟବସ୍ଥା କରାଇଥିଲେ। ଆସନ୍ତା କାଲି ତହସିଲ ତରଫରୁ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ଆରଆଇ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Hot this week

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

Related Articles

Popular Categories