www.samajalive.in
Monday, December 15, 2025
15.1 C
Bhubaneswar

ବ୍ୟବସାୟୀଙ୍କୁ ଅପହରଣ ଓ ଲୁଟ, ୫ ଗିରଫ

ସମ୍ବଲପୁର: ସମ୍ବଲପୁରରେ ପୁଲିସ ବ୍ୟବସ୍ଥାର ବିଫଳତା ପାଇଁ ସାଧାରଣ ଜନତା ଆଉ ସୁରକ୍ଷିତ ନାହାନ୍ତି। ନିୟମିତ ବିଭିନ୍ନ ପ୍ରକାରର ଅପରାଧିକ ଘଟଣା ଘଟୁଥିବା ବେଳେ କିନ୍ତୁ ପୁଲିସ ଚେଇଁ ଶୋଇଥିବାରୁ ଅପରାଧି ମାନେ ନିର୍ଭୟରେ ବିଭିନ୍ନ କାଣ୍ଡ ଭିଆଇ ଚାଲିଛନ୍ତି। ଏଭଳି ଏକ ଘଟଣାରେ ସାମାନ୍ୟ ଗାଡି ଦୁର୍ଘଟଣାରୁ ଜଣେ ବ୍ୟବସାୟୀଙ୍କୁ ମାଡ ମାରି ଅପହରଣ ଓ ଲୁଟ କରିଥିବାର ଚାଞ୍ଚଲ୍ୟକର ଘଟଣା ସମ୍ମୁଖକୁ ଆସିଛି।
ମିଳିଥିବା ସୂଚନା ଅନୁଯାୟୀ କ୍ଷେତରାଜପୁର ନିବାସୀ ଅମିତ ଭଲୋଟିଆ (୪୨) ତାଙ୍କର ଗୋଦାମ ସମ୍ମୁଖରେ ବୁଧବାର ଦିନ ପ୍ରାୟ ୧୨ଟା ୪୫ ସମୟରେ ଏକ ପିକଅପ ଭ୍ୟାନରୁ ବ୍ୟବସାୟ ପାଇଁ ଆସିଥିବା ସାମଗ୍ରୀ ଗୁଡିକ ଶ୍ରମିକ ଲଗାଇ ଓହ୍ଲାଉଥିଲେ। ସେହି ସମୟରେ ଏକ କାର ଅଚାନକ ଆସି ପିକଅପ ଭ୍ୟାନରେ ଧକ୍କା ଦେଇଥିଲା। ଫଳରେ ପିକଅପ ଭ୍ୟାନର ଦର୍ପଣ ଭାଙ୍ଗି ଯାଇଥିଲା। ଏହା ପରେ ତୁରନ୍ତ ଗାଡିରେ ଥିବା ୬ ଜଣ ଯୁବକ ଅଚାନକ ଓହ୍ଲାଇ ଆସି ସେଠାରେ ଥିବା ଶ୍ରମିକ ବନ୍ଧନ ଛତ୍ରିଆଙ୍କୁ ମାଡ ମାରିଥିଲେ। ଏହା ଦେଖି ତୁରନ୍ତ ମାଲିକ ଅମିତ ଭଲୋଟିଆ ଆସି ମାଡ ମାରୁଥିବା ଯୁବକ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେମାନେ ତାଙ୍କୁ ମଧ୍ୟ ମାଡ ମାରିଥିଲେ ଏବଂ ପିସ୍ତଲ ଓ ଛୁରୀ ଦେଖାଇ ଟଙ୍କା ଦାବି କରିଥିଲେ। ଏହା ପରେ ଅଚାନକ ଯୁବକମାନେ ଅମିତ ଭଲୋଟିଆଙ୍କୁ ତୁରନ୍ତ ଉକ୍ତ କାରରେ ଅପହରଣ କରି ନେଇଥିଲେ। ସେମାନେ ଅପହୃତ ଭଲୋଟିଆଙ୍କୁ ନୂଆପଡାରେ ଥିବା ଏକ ତେଲ ମିଲ ଠାରେ ପ୍ରାୟ ୨ ଘଣ୍ଟା ଧରି ଅଟକ ରଖିବା ସହିତ ଲୁହା ଛଡ, କାଠ ବାଡି, ମୁଥ ଆଦି ମାରି ତାଙ୍କର ମୁଣ୍ଡ, ଗୋଡ, ପିଠି ଓ ଗୋଡ ଆଦିରେ ଗଭୀର ଆଘାତ କରିଥିଲେ। ଏହା ପରେ ଅପହରଣକର୍ତ୍ତା ମାନେ ଅପହୃତଙ୍କ ଠାରୁ ସୁନା ଚେନ ଓ ନଗଦ ୩ ହଜାର ଟଙ୍କା ଲୁଟି ନେଇଥିଲେ। ଏହାପରେ ଅଭିଯୁକ୍ତମାନେ ଅପହୃତଙ୍କୁ ତାଙ୍କର ଘର ନିକଟରେ ଛାଡି ଦେଇ କାହାରିକୁ କିଛି ନ କହିବା ପାଇଁ ଧମକ ଦେଇ ଫେରାର ହୋଇଯାଇଥିଲେ।
ଅପହୃତ ହୋଇଥିବା ଅମିତ ଭଲୋଟିଆ ଗତକାଲି ରାତିରେ କ୍ଷେତରାଜପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ତୁରନ୍ତ ମାମଲା ସଂଖ୍ୟା ୫୦/୨୦୨୨ ରୁଜୁ ପରେ ତଦନ୍ତ ଆରମ୍ଭ କରିଥିଲେ। କ୍ଷେତରାଜପୁର ଥାନା ଅଧିକାରୀ ମମତା ନାୟକ, ଯୁଜୁମୁରା ଥାନାଧିକାରୀ ରାଜକୁମାର ବିଶ୍ୱାଳ, ଏସଆଇ ଏସ.କେ. ସାହୁ, ଏଏସଆଇ ଏସ.କେ. ପ୍ରଧାନ, ସାଇବର ପୁଲିସର ବିନୋଦ ସାହୁଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏହି ଘଟଣାର ତଦନ୍ତ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ଅପହରଣକର୍ତ୍ତା ମାନେ ଅଭ୍ୟାସଗତ ଅପରାଧି ଓ ସେମାନଙ୍କ ବିରୋଧରେ ବିଭିନ୍ନ ଥାନାରେ ମାମଲା ଥିବାର ଜଣାପଡିଥିଲା। ତଦନ୍ତ ସମୟରେ ଅଭିଯୁକ୍ତ ମାନେ ପୁଲିସରୁ ବର୍ତ୍ତିବା ନିମନ୍ତେ ଜିଲା ବାହାରକୁ ଫେରାର ହେବାକୁ ଉଦ୍ୟମରତ ଥିବା ବେଳେ ଯୁଜୁମୁରା ଅଞ୍ଚଳରେ ଧରିବାକୁ ସକ୍ଷମ ହୋଇଥିଲା। ନୂଆପଡା (ଅଇଁଠାପାଲି) ନିବାସୀ ଶୁକଦେବ ସୁନା (୨୮), ମାୟାବଗିଚା (ଧନୁପାଲି) ନିବାସୀ ଅବଦୁଲ ସଜିଦ (୩୭), ତାଲଭଟ୍ଟାପଡା (କ୍ଷେତରାଜପୁର) ନିବାସୀ ଗୋଲୁ ବିଭାର (୨୦), ମିଲପଡା (କ୍ଷେତରାଜପୁର) ନିବାସୀ ଯଦୁ ଛତ୍ରପାଲ (୨୦) ଏବଂ ଫାଟକ ମାଲିପଡା (ଟାଉନ) ନିବାସୀ ସଙ୍କେତ ମିଶ୍ର (୨୦)ଙ୍କୁ ପୁଲିସ ଜେରା କରିବା ସମୟରେ ସେମାନେ ଏହି ଅପରାଧରେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଅପହରଣରେ ବ୍ୟବହୃତ କାର, ଗୋଟିଏ ଲୁହା ଛଡ, ଗୋଟିଏ ଧାରୁଆ ଅସ୍ତ୍ର ଓ ନଗଦ ୧୭୪୦ ଟଙ୍କା ଜବତ କରିଛି। ଅପରପକ୍ଷରେ ଏହି ଘଟଣାରେ ଜଣେ ଅଭିଯୁକ୍ତ ଏବେ ବି ଫେରାର ରହିଥିବା ବେଳେ ତାକୁ ଧରିବାକୁ ପୁଲିସ ଚେଷ୍ଟା କରୁଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଗିରଫ ପରେ ଗୁରୁବାର କୋର୍ଟ ଚାଲାଣ କରାଯାଇଛି ବୋଲି କ୍ଷେତରାଜପୁର ପୁଲିସ ସୂଚନା ଦେଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories