ସମ୍ବଲପୁର: ସମ୍ବଲପୁର ସହରରେ ଦେଖିବାକୁ ମିଲିଛି ନିଆରା ବାଇଗଣ ଗଛ। ଏହି ବାଇଗଣ ଗଛରେ ଫଳିଛି ଅଙ୍ଗୁର ଠାରୁ ଛୋଟ ଆକାରର ବାଇଗଣ। ସମ୍ବଲପୁର ଧନୁପାଲି ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ନିଆରା ବାଇଗଣ ଗଛ। ଧନୁପାଲି ଅଞ୍ଚଳର ସିଲୁ ସିଂଦେବ ନାମକ ବ୍ୟକ୍ତିଙ୍କ ଘରେ ଥିବା ବାଇଗଣ ଗଛରେ ଫଳିଛି ଏପରି ବାଇଗଣ। ସିଲୁ ନିଜ ଘରେ ଥିବା ଏକ ଗମଳାରେ ତିନି ମାସ ହେବ ଏକ ବାଇଗଣ ଗଛ ଆଣି ଲଗାଇଥିଲେ। ତେବେ ଏହି ବାଇଗଣ ଗଛରେ ଫଳିଛି ସବୁଠୁ ଛୋଟ ବାଇଗଣ। ଏହି ବାଇଗଣର ଆକାର ଅଙ୍ଗୁରଠୁ ମଧ୍ୟ ବହୁତ ଛୋଟ। ଗଛରେ ଫଳିଥିବା ଏହି ନିଆରା ବାଇଗଣକୁ ଦେଖିବାକୁ ଲୋକଙ୍କ ଭିଡ ହେଉଥିବା ଜଣାପଡିଛି।
Popular Categories



