www.samajalive.in
Friday, December 5, 2025
23.1 C
Bhubaneswar

ଏମ୍ସରେ ମାଗଣାରେ ହେବ ୫୦୦ ଟଙ୍କାରୁ କମ ମୂଲ୍ୟର ଥିବା ସବୁପ୍ରକାର ଡାକ୍ତରୀ ପରୀକ୍ଷା

ଭୁବନେଶ୍ବର, (ନି.ପ୍ର): ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ରେ ରୋଗୀଙ୍କ ଚିକିତ୍ସା ନିମନ୍ତେ କରାଯାଉଥିବା ସମସ୍ତ ପରୀକ୍ଷା ନିରୀକ୍ଷା ଏଣିକି ମାଗଣାରେ ହେବ। ୫୦୦ ଟଙ୍କାରୁ କମ ମୂଲ୍ୟର ଥିବା ସବୁପ୍ରକାର ଭେଷଜ ପରୀକ୍ଷା ବିନା ଦେୟରେ କରାଯିବ। ଏ ସଂକ୍ରାନ୍ତରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ସୁପାରିସ ଦିଆଯାଇ ଥିଲା।

ଏହି ସୁପାରିସକୁ ମନ୍ତ୍ରାଳୟ ମଞ୍ଜୁରୀ କରିଛି। ପ୍ରାୟ ୪ବର୍ଷ ପୂର୍ବରୁ ମନ୍ତ୍ରାଳୟକୁ ସୁପାରିସ ପ୍ରଦାନ କରାଯାଇ ଥିଲା। ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ରକ୍ତ ପରୀକ୍ଷାଠାରୁ ଆରମ୍ଭ କରି ଏକ୍ସ-ରେ, ସିଟି ସ୍କାନ ଅନ୍ୟାନ୍ୟ ସମସ୍ତ ପରୀକ୍ଷା ନିରୀକ୍ଷା ସୁବିଧା ବିନା ମୂଲ୍ୟରେ ଦେଶର ସମସ୍ତ ଏମ୍ସରେ ଉପଲବ୍ଧ ହେବ। ୫୦୦ ଟଙ୍କା ଭିତରେ ଥିବା ସମସ୍ତ ପରୀକ୍ଷା ନିରୀକ୍ଷା ପ୍ରତିଦିନ ପ୍ରାୟ ୫୦ରୁ ୮୦ ହଜାର କରାଯାଉ ଥିଲା। ଏହି ଘୋଷଣା ପରେ ରୋଗୀ ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ। ଏହାକୁ ନେଇ ରୋଗୀଙ୍କୁ ଆଶ୍ୱସ୍ତି ମିଳିପାରିବ।

- Advertisement -

ନମୁନା ଦିଆଯିବା ପ‌େ‌ର ଗୋଟିଏ ଦିନରେ ବିବରଣୀ(ରିପୋର୍ଟ) ଆସୁ ନ ଥିଲା। ରୋଗୀଙ୍କୁ ଦୁଇରୁ ତିନିଦିନ ଅପେକ୍ଷା କରିବାକୁ ପଡୁଥିଲା। ପୁଣି ରିପୋର୍ଟ ସଂଗ୍ରହ କକ୍ଷରେ ଲମ୍ବା ଧାଡି ଲାଗୁଥିଲା। ରୋଗୀ ଏବଂ ସମ୍ପର୍କୀୟ ଘଣ୍ଟା ଘଣ୍ଟ‌ା ଧରି ଧାଡିରେ ଠିଆ ହେଉଥିଲେ। ଡାକ୍ତରଙ୍କୁ ରିପୋର୍ଟ ଦେଖାଇ ପରାମର୍ଶ ନେବାରେ ଅହେତୁକ ବିଳମ୍ବ ହେଉଥିଲା। ଏଭଳି ଅସୁବିଧାକୁ ଦୂର କରିବା ନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗୁରୁତ୍ବ ଦେଇଛି। ଏଣିକି ରୋଗୀଙ୍କ ପରୀକ୍ଷା ରିପୋର୍ଟ ସେହିଦିନ ସଞ୍ଚାର(ଅନଲାଇନ) ମାଧ୍ୟମରେ ମିଳିବ। ରୋଗୀ ନମୁନା ପ୍ରଦାନ କରିବା ପରେ ଅପରାହ୍ଣ ବେଳକୁ ଅନଲାଇନ ମାଧ୍ୟମରେ ରିପୋର୍ଟ ବାହାର କରିପାରିବେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories