www.samajalive.in
Monday, December 15, 2025
27.1 C
Bhubaneswar

କଲ୍ୟାଣ ଆଶ୍ରମରେ ମହାନଦୀ ଉତ୍ସବ

ସମ୍ବଲପୁର: ସମ୍ବଲପୁର ଜିଲା ଧମା ନିକଟସ୍ଥ ବାଉଁଶରା ଗ୍ରାମରେ ଡା. ଜନାର୍ଦ୍ଦନ ପୂଜାରୀ ଓ ବ୍ରଜ ମୋହନ ପଣ୍ଡା ଙ୍କ ଦ୍ୱାରା ପ୍ରତିଷ୍ଠିତ କଲ୍ୟାଣ ଆଶ୍ରମରେ ମହାନଦୀ ଉତ୍ସବ ପାଳିତ ହୋଇଯାଇଛି। ରବିବାର ଆୟୋଜିତ ଏହି ଉତ୍ସବରେ ଭାରତ ସରକାରଙ୍କ ଜଳସମ୍ପଦ ମନ୍ତ୍ରାଳୟ ଅଧିନସ୍ଥ ‘ନାମାମି ଗଙ୍ଗେ’ ଯୋଜନାର ଉପଦେଷ୍ଟା ତଥା ସମ୍ବଲପୁର ମାଟିର ସନ୍ତାନ ସନ୍ଦିପ ବେହେରା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ନମାମି ଗଙ୍ଗେ କାର୍ଯ୍ୟକ୍ରମର ସଫଳତା ବାବଦରେ ବିସ୍ତୃତ ସୂଚନା ଦେଇଥିବା ବେଳେ ନଦୀ କେବଳ ପ୍ରବାହ ଧାରା ନୁହେଁ, ଏହା ଜୀବନ ଧାରା ଅଟେ ବୋଲି ସେ କହିଥିଲେ।

ମଣିଷ ସମାଜ ସହିତ ମାଛଓ ଅନ୍ୟ ବହୁ ପ୍ରକାରର ଜୀବଜଗତ ତଥା ଗୁଳ୍ମ ଆଦି ନଦୀ ଉପରେ ଆଶ୍ରିତ ଅଟନ୍ତି। ତେଣୁ ପ୍ରକୃତିର ଭାରସାମ୍ୟ ସକାଶେ ଜୀବନ୍ତ ନଦୀ ପ୍ରତି ଆମେ ସଚେତନ, ସମ୍ବେଦନଶୀଳ ଓ ସକ୍ରିୟ ହେବା ଆବଶ୍ୟକ। ନଦୀ ସହିତ ସମସ୍ତଙ୍କ ଜୀବନ ଜଡିତ ଥିବାରୁ ନଦୀଗୁଡିକୁ ସ୍ୱଚ୍ଛ ଓ ନିର୍ମଳ କରିବା ପାଇଁ ଜନ ଭାଗିଦାରୀ ନିତାନ୍ତ ଆବଶ୍ୟକ। ଗଙ୍ଗା ନଦୀ ପରେ ୨୨ଟି ନଦୀର ବିଶୋଧନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାର ମୁଖ୍ୟ ଅତିଥି ବେହେରା ସୂଚନା ଦେଇଥିଲେ। ଜନସଚେତନତା ଓ ଜନ ଭାଗିଦାରୀକୁ ବୃଦ୍ଧି କରିବା ନିମନ୍ତେ ନଦୀ ଉତ୍ସବର ଆୟୋଜନ କରାଯାଇ ଏଥିରେ ରାଜ୍ୟ ସରକାର, ଜିଲା ପ୍ରଶାସନ ଓ ଜନତାଙ୍କୁ ସାମିଲ କରାଯାଉଛି। କାର୍ଯ୍ୟକ୍ରମରେ ବୈଷୟିକ ଦିଗ ବାବଦରେ ଆଲୋକପାତ କରି ନଦୀ ପ୍ରଦୂଷଣ ରୋକିବା ଦିଗରେ ଜନତାଙ୍କ ଭୂମିକା ଉପରେ ଚର୍ଚ୍ଚା କରାଯାଇଥିଲା।

- Advertisement -

ବରିଷ୍ଠ ଅର୍ଜୁନ ରଞ୍ଜନ ପଣ୍ଡା ଓ ଡା. ଯତିନ୍ଦ୍ର ମୋହନ ପୂଜାରୀ ପରିବେଶ ଓ ନଦୀ ସହିତ ଡା. ଜନାର୍ଦ୍ଦନ ପୂଜାରୀଙ୍କ ସର୍ମ୍ପକ ବାବଦରେ ସୂଚନା ପ୍ରଦାନ କରିଥିଲେ। କଲ୍ୟାଣ ଆଶ୍ରମରେ ମହାନଦୀ ପୂଜନ ଓ ମହାନଦୀ ଆଳତି ତଥା କୀର୍ତ୍ତନ କରାଯାଇଥିଲା। ଦୀପକ କୁମାର ପଣ୍ଡା ଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ନରେନ୍ଦ୍ର ମୋହନ କଟରା, ଆରିଫ ମହମ୍ମଦ, ନୀଳମାଧବ ସାହୁ ପ୍ରମୁଖ ଡେରାଡୁନ ସ୍ଥିତ ବନ୍ୟଜନ୍ତୁ ଇନଷ୍ଟିଟ୍ୟୁଟର କାର୍ଯ୍ୟକ୍ରମ ସହାୟକଗଣ, ଲୋୟର ହୁମା କେନାଲର କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ବେହେରା ଓ ଅନ୍ୟ ଅତିଥିମାନେ ଯୋଗ ଦେଇଥିଲେ। ଶେଷରେ ପୁରନ୍ଦର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories