www.samajalive.in
Sunday, December 14, 2025
14.1 C
Bhubaneswar

ହରିୟାଣାରୁ ସାଇବର ଠକ ଗିରଫ, ୧୦ ଲକ୍ଷ ଜବତ କଲା ସମ୍ବଲପୁର ସାଇବର ଥାନା

ସମ୍ବଲପୁର: ସମ୍ବଲପୁର ସାଇବର ଥାନା ପ୍ରଥମ ଥର ପାଇଁ ଏକ ବଡ ସଫଳତା ହାସଲ କରିଛି। ହରିୟାଣାରୁ ଜଣେ ସାଇବର ଠକକୁ ଗିରଫ କରିବା ସହ ୧୦ ଲକ୍ଷ ଟଙ୍କା ଜବତ କରିଛି ସାଇବର ଥାନା। ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ନରସିଂହ ଭୋଳ ଆଜି ଏ ବିଷୟରେ ସୂଚନା ପ୍ରଦାନ କରିଛନ୍ତି।

ଆଇଜି ନରସିଂହ ଭୋଳଙ୍କ ସୂଚନା ଅନୁଯାୟୀ, ଗତ ବର୍ଷ ଜୁନ ୧୬ ତାରିଖରେ ସୁନାପାଲି ନିବାସୀ ମନୋଜ କୁମାର ବରାଡ (୩୬) ଅନଲାଇନ ଜରିଆରେ ୨୮ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିବା ନେଇ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଥିଲେ। ମନୋଜ ବ୍ୟବସାୟ କରୁଥିବା ବେଳେ ଫେସବୁକରେ ଯତୀନ ସେହଗଲ (୨୩) ନାମକ ଜଣେ ବ୍ୟକ୍ତିଙ୍କ ବିଜ୍ଞାପନ ଦେଖି ଅନଲାଇନରେ ୩ ଲେୟର ମାସ୍କ କିଣିବା ପାଇଁ ଯୋଗାଯୋଗ କରିଥିଲେ। ଏଲଇଡି ରେଣ୍ଟାଲ କମ୍ପାନୀ ନାମକ ଏକ ସଂସ୍ଥା ରହିଥିବା ଏବଂ ଏହାର କାର୍ଯ୍ୟାଳୟ ହରିୟାଣାର ଗୁରୁଗାଓଁରେ ରହିଥିବା ଯତୀନ ଜଣାଇବା ପରେ ମନୋଜ ପ୍ରଥମେ ୩ ଲକ୍ଷ ଟଙ୍କାର ଅଗ୍ରିମ ଅର୍ଥ ପଠାଇଥିଲେ। ତେବେ ଅଭିଯୁକ୍ତ ଯତିନ ନକଲି ଫେସବୁକ ଆଡି ଓ ଫୋନ ନମ୍ବର ବ୍ୟବହାର କରି ଏଭଳି କରିଥିଲା ଓ ପରେ ଡିଏଚଏଲ ଏକ୍ସପ୍ରେସ କୋରିୟର କମ୍ପାନୀର ଏକ ନକଲି ଇନଭଏସ କରିଥିଲା।

ପରେ ଠକକୁ ବିଶ୍ୱାସ କରି ପୀଡିତ ବ୍ୟବସାୟୀ ମେ’ରୁ ଜୁନ ମାସ ମଧ୍ୟରେ ସମୁଦାୟ ୫ଟି କିସ୍ତିରେ ବିଭିନ୍ନ ଅନଲାଇନ ଓ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ୧୧ ହଜାର ୫୦୦ଟି ୩ ଲେୟାର ମାସ୍କ କିଣିବା ପାଇଁ ଆହୁରି ୨୫ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। କିନ୍ତୁ ଟଙ୍କା ପ୍ରଦାନ ପରେ ଯତୀନର ମୋବାଇଲ ଫୋନ ବନ୍ଦ ଆସିବା ପରେ ମନୋଜ ସାଇବର ଥାନାରେ ଅଭିଯୋଗ କରିଥିଲେ।

ପ୍ରାୟ ଏକ ସପ୍ତାହ ଧରି ଦିଲ୍ଲୀ ପୁଲିସ, ଗାଜିଆବାଦ ପୁଲିସ ଓ ଫରିଦାବାଦ ପୁଲିସର ସହାୟତାରେ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଶେଷରେ ସମ୍ବଲପୁର ପୁଲିସ ଉତ୍ତରପ୍ରଦେଶର ମୂଳ ନିବାସୀ ଯତିନ ସେହଗଲଙ୍କୁ ହରିୟାଣାର ପଲୱଲ ଜିଲାରୁ ଗିରଫ କରିଥିଲା। ଗତ ୨୩ ତାରିଖରେ ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରାଯାଇ ସାଇବର ଠକକୁ ୩ ଦିନିଆ ଟ୍ରାନଜିଟ ରିମାଣ୍ଡରେ ସମ୍ବଲପୁର ପୁଲିସ ଆଣିଛି। ଶୁକ୍ରବାର ଅଭିଯୁକ୍ତକୁ ସ୍ଥାନୀୟ କୋର୍ଟରେ ଉପସ୍ଥାପନ କରାଯାଇ ରିମାଣ୍ଡରେ ଅଣାଯିବ ବୋଲି ଆଇଜି ନରସିଂହ ଭୋଳ କହିଛନ୍ତି। ସାଇବର ଠକ ଠାରୁ ନଗଦ ୧୦ ଲକ୍ଷ ଟଙ୍କା ସହିତ ୧୦ଟି ମୋବାଇଲ ସିମ କାର୍ଡ, ବିଭିନ୍ନ ବ୍ୟାଙ୍କ ଗୁଡିକର ଏଟିଏମ କାର୍ଡ ପୁଲିସ ଜବତ କରିଛି। ଏହା ସହିତ ଦୁଇଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଥିବା ଜଣାପଡିଛି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories