www.samajalive.in
Friday, December 12, 2025
15.1 C
Bhubaneswar

କଟକରୁ ଭଦ୍ରକ, ପାରାଦୀପ ଓ ପୁରୀକୁ ଚାଲିବ ମେମୁ ଟ୍ରେନ

ପୁରୀ ଓ କଟକ, କଟକ ଓ ଭଦ୍ରକ ଏବଂ କଟକ ଓ ପାରାଦୀପ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ୬୮୪୧୬ ପୁରୀ-କଟକ ମେମୁ ଟ୍ରେନ ଏପ୍ରିଲ ୧୨ରୁ ପୁରୀରୁ ପୂର୍ବାହ୍ନ ୮ ଟାରେ ଛାଡି କଟକରେ ପୂର୍ବାହ୍ନ ୧୦.୪୫ମିରେ ପହଞ୍ଚିବାକୁ ଥିବାବେଳେ ୬୮୪୧୫ କଟକ-ପୁରୀ ମେମୁ ଟ୍ରେନ କଟକରୁ ଏପ୍ରିଲ ୧୩ ଅପରାହ୍ନ ୪.୫୫ମିରେ ଛାଡି ପୁରୀରେ ସନ୍ଧ୍ୟା ୭.୪୫ମିରେ ପହଞ୍ଚିବ।

ସେହିପରି ୬୮୪୨୪ କଟକ-ଭଦ୍ରକ ମେମୁ ଟ୍ରେନ ଏପ୍ରିଲ ୧୩ରେ କଟକରୁ ପୂର୍ବାହ୍ନ ୮.୪୫ମିରେ ଛାଡି ଭଦ୍ରକରେ ଅପରାହ୍ନ ୧୨.୧୦ମିରେ ପହଞ୍ଚିବାକୁ ଥିବା ବେଳେ ୬୮୪୨୩ ଭଦ୍ରକ-କଟକ ମେମୁ ଟ୍ରେନ ସେହିଦିନ ଅପରାହ୍ନ ୧୨.୫୦ମିରେ ଛାଡି କଟକରେ ଅପରାହ୍ନ ୪.୧୫ମିରେ ପହଞ୍ଚିବ। ଅନ୍ୟ ଏକ ୬୮୪୩୮ କଟକ-ଭଦ୍ରକ ମେମୁ ଟ୍ରେନ କଟକରୁ ଏପ୍ରିଲ ୧୨ରେ ପୂର୍ବାହ୍ନ ୧୧.୫୫ମିରେ ଛାଡି ଭଦ୍ରକରେ ଅପରାହ୍ନ ୨.୦୫ମିରେ ପହଞ୍ଚିବାକୁ ଥିବାବେଳେ ୬୮୪୩୭ ଭଦ୍ରକ-କଟକ ମେମୁ ଟ୍ରେନ ଭଦ୍ରକରୁ ସେହିଦିନ ଅପରାହ୍ନ ୩.୩୦ମିରେ ଛାଡି କଟକରେ ସନ୍ଧ୍ୟା ୬.୩୫ମିରେ ପହଞ୍ଚିବ।

- Advertisement -

୬୮୪୦୧ କଟକ-ପାରାଦୀପ ମେମୁ ଟ୍ରେନ କଟକରୁ ଏପ୍ରିଲ ୧୨ରେ ସନ୍ଧ୍ୟା ୭ରେ ଛାଡି ପାରାଦୀପରେ ରାତ୍ର ୮.୫୦ମିରେ ପହଞ୍ଚିବାକୁ ଥିବା ବେଳେ ୬୮୪୦୧ ପାରାଦୀପ-କଟକ ମେମୁ ଟ୍ରେନ ପାରାଦୀପରୁ ତା ପରଦିନ ସକାଳ ୬.୩୦ମିରେ ଛାଡି କଟକରେ ପୂର୍ବାହ୍ନ ୮.୨୦ମିରେ ପହଞ୍ଚିବ।

ଅନ୍ୟପକ୍ଷରେ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ପରିବର୍ତ୍ତିତ ନମ୍ବର ସହିତ ଚଳାଚଳ କରିବ। ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭୁବନେଶ୍ୱରରୁ ଏପ୍ରିଲ ୨୦ରୁ ଏବଂ ଜଗଦଳପୁରରୁ ଏପ୍ରିଲ ୨୧ରୁ ପରିବର୍ତ୍ତିତ ଟ୍ରେନ ନମ୍ବର ୦୮୪୪୫/୦୮୪୪୬ ଭୁବନେଶ୍ୱର-ଜଗଦଳପୁର-ଭୁବନେଶ୍ୱର ବିଶେଷ ଟ୍ରେନ ଭାବରେ ଚଳାଚଳ କରିବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories