www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ଭୟ, ଛତିଶଗଡ଼ ଓ ଚଣ୍ଡିଗଡ଼ ଗଲେ କେନ୍ଦ୍ରୀୟ ଟିମ୍‍

ଛତିଶଗଡ଼ ଓ ଚଣ୍ଡିଗଡ଼ରେ ନୂଆ କୋଭିଡ୍‍ ମାମଲା ବୃଦ୍ଧି ପାଉଥିବା ଦୃଷ୍ଟିରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଦୁଇଟି ଉଚ୍ଚସ୍ତରୀୟ ଟିମ୍‍କୁ ତୁରନ୍ତ ପଠାଯାଇଛି। କେଉଁ କାରଣରୁ କୋଭିଡ୍‍ ସଂକ୍ରମଣ ଦିନକୁ ଦିନ ବଢ଼ି ଚାଲିଛି ତାହା ସମୀକ୍ଷା କରିବା ପାଇଁ ଏହି ଟିମ୍‍ଗୁଡ଼ିକ ରାଜ୍ୟ ସରକାରଙ୍କ ସହ ସମୀକ୍ଷା କରିବେ। ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ କି ପ୍ରକାର ପଦକ୍ଷେପ ନେବେ ସେ ବିଷୟରେ ମଧ୍ୟ ବିଶ୍ଳେଷଣ କରାଯିବ।

ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ନିର୍ଦ୍ଦେଶକ ଡକ୍ଟର ଏସ୍‍.କେ. ସିଂହଙ୍କ ନେତୃତ୍ୱରେ ଏକ ଟିମ୍‍ ଛତିଶଗଡ଼ ଯାଇଥିବା ବେଳେ ବୟନଶିଳ୍ପ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଆର୍ଥିକ ଉପଦେଷ୍ଟା ବିଜୟ କୁମାର ସିଂହଙ୍କ ନେତୃତ୍ୱରେ ଟିମ୍‍ ଚଣ୍ଡିଗଡ଼ ଯାଇଛି। ଛତିଶଗଡ଼ ଯାଇଥିବା ଟିମ୍‍ରେ ଏମସ୍‍ ରାୟପୁରର ବିଶେଷଜ୍ଞମାନେ ଏବଂ ନିଖିଳ ଭାରତ ସ୍ୱଚ୍ଛତା ଓ ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ବିଶେଷଜ୍ଞମାନେ ରହିଛନ୍ତି। ତେଣେ ଚଣ୍ଡିଗଡ଼ ଯାଇଥିବା ଟିମରେ ଦିଲ୍ଲୀର ଆର୍‍.ଏମ୍‍.ଏଲ୍‍. ହସ୍ପିଟାଲ୍‍ ଓ ସଫ୍‍ଦର୍ଜଙ୍ଗ୍‍ ହସ୍ପିଟାଲ୍‍ର ବିଶେଷଜ୍ଞମାନେ ରହିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories