www.samajalive.in
Sunday, December 14, 2025
26.1 C
Bhubaneswar

ତାଜିକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର

ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଆସନ୍ତା ୩୦ ତାରିଖରୁ ଦୁଇ ଦିନ ପାଇଁ ତାଜିକିସ୍ତାନ ଗସ୍ତରେ ଯିବେ। ତାଙ୍କର ଏହି ଗସ୍ତ କାଳରେ ସେ ତାଜିକିସ୍ତାନ ବୈଦେଶିକ ମନ୍ତ୍ରୀ ସିରୋଜିଦ୍ଦିନ୍‍ ମୁହିରିଦ୍ଦିନ୍‍ଙ୍କ ସହ ଦ୍ୱିପକ୍ଷିୟ ସମ୍ପର୍କ ସମେତ ଆଞ୍ଚଳିକ ଓ ଆପୋଷ ସ୍ୱାର୍ଥ ବିଜଡ଼ିତ ଆନ୍ତର୍ଜାତିକ ପ୍ରସଙ୍ଗ ଗୁଡ଼ିକର ବିଭିନ୍ନ ଦିଗ ଗୁଡ଼ିକ ଉପରେ ଆଲୋଚନା କରିବେ। ଜୟଶଙ୍କର ସେ ଦେଶର ରାଷ୍ଟ୍ରପତି ଇମୋମାଲି ରହମନଙ୍କୁ ସାକ୍ଷାତ କରିବା ସଙ୍ଗେ ସଙ୍ଗେ ଅନେକ ମନ୍ତ୍ରୀ ଓ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

୨୦୧୯ ଜୁନ୍‍ ମାସରେ ଜୟଶଙ୍କର ପଞ୍ଚମ ଶୀର୍ଷ ସମ୍ମିଳନୀରେ ଯୋଗ ଦେବାକୁ ଦୁସାନବେ ଯାଇଥିଲେ। ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ଗସ୍ତର ଅଂଶବିଶେଷ ଭାବେ ଜୟଶଙ୍କର ଏଥର ତାଜିକିସ୍ତାନ ଗସ୍ତରେ ଯାଉଛନ୍ତି। ୩୦ ତାରିଖ ଦିନ ବୈଦେଶିକ ମନ୍ତ୍ରୀ ନବମ ମନ୍ତ୍ରୀ ସ୍ତରୀୟ ବୈଠକରେ ଯୋଗଦେବେ। ଆଫ୍‍ଗାନିସ୍ତାନ ଓ ତାଜିକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ସେ ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହି ଅବସରରେ ଅନ୍ୟ ଅଂଶଗ୍ରହଣକାରୀ ଦେଶର ପ୍ରତିନିଧିମାନଙ୍କୁ ମଧ୍ୟ ସେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories