ସମ୍ବଲପୁର: ଉତ୍ତର ପ୍ରଦେଶର ବାରାଣସୀ ସ୍ଥିତ ନେସନାଲ ସ୍କୁଲ ଅଫ ଡ୍ରାମା(ଏନଏସଡି)କୁ ସମ୍ବଲପୁର ପୁଅ ଶୁଭମ ମେହେର ନିଜର କଳା ଓ ପ୍ରତିଭା ବଳରେ ମନୋନୀତ ହୋଇଛନ୍ତି। ବଡବଜାର ନିବାସୀ ପ୍ରଦୀପ କୁମାର ମେହେର ଓ ଗୀତାଞ୍ଜଳି ମେହେରଙ୍କ ପୁତ୍ର ଶୁଭମ ସମ୍ବଲପୁରରେ ହିଁ ତାଙ୍କର ନାଟ୍ୟ ଜୀବନ ଆରମ୍ଭ କରିଥିଲେ। ଅଦୃଶ୍ୟ ନାଟ୍ୟ ଆଶ୍ରମ ସହିତ ଜଡିତ ହୋଇ ଶୁଭମ କଳା ଜଗତରେ ପାଦ ଦେଇ ନାଟକର ବିଭିନ୍ନ ଦିଗରେ କାର୍ଯ୍ୟ କରିଥିଲେ । ସେ ୨୦୦୮ ମସିହାରେ ପ୍ରଥମ ନାଟକ ପ୍ରଦର୍ଶନ କରିଥିଲେ । ୨୦୧୧ ମସିହାରୁ ଅଦୃଶ୍ୟ ନାଟ୍ୟ ଆଶ୍ରମ ଅନୁଷ୍ଠାନରେ ଅଭିନେତା ରୂପେ କାର୍ଯ୍ୟରତ ଶୁଭମ ନିଜର ଚମତ୍କାର ଅଭିନୟ ମାଧ୍ୟମରେ ତରଙ୍ଗ ବିଗ ବ୍ରେକ ୨୦୨୨ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୨୦୨୫ରେ ଏନଏସଡିକୁ ମନୋନୀତ ହୋଇ ସେ ସମ୍ବଲପୁର ତଥା ଓଡିଶାକୁ ଗୌରବାନ୍ୱିତ କରିଥିବାରୁ ତାଙ୍କୁ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।
Popular Categories



