ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ନେଇ ବେଶ ଚର୍ଚ୍ଚା ହେଉଛି । ଟ୍ରମ୍ପଙ୍କ ଶରୀର ଉପରେ ବୟସର ପ୍ରଭାବ ଦେଖାଯିବା ଆରମ୍ଭ କରିଛି । ଟ୍ରମ୍ପଙ୍କ ହାତ ଓ ଗୋଡର ତଳ ଭାଗ ଫୁଲି ଯାଇଥିବାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଆଲୋଚନା ଜୋର ଧରିଛି । ହେଲେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ହ୍ୱାଇଟ୍ ହାଉସ୍ ପକ୍ଷରୁ ଏକ ବୁଲେଟିନ୍ ଜାରି କରାଯାଇଛି । ୭୯ବର୍ଷୀୟ ଟ୍ରମ୍ପ କ୍ରନିକ୍ ଭେନଓ ଇନସଫିସିଏନ୍ସିରେ ପୀଡିତ ଅଛନ୍ତି । ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି, ଯାହାର ରିପୋର୍ଟ ସ୍ୱାଭାବିକ । ହାତ ଏବଂ ଗୋଡ ଫୁଲିବା ଶିରାରେ ସମସ୍ୟା ଯୋଗୁଁ ହେଉଛି । ଯାହା ବୟସ ଅନୁସାରେ ହୋଇଥାଏ, ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଠିକ୍ ଅଛି ।
ପ୍ରକୃତରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ୨ଟି ଫଟୋ ଭାଇରାଲ୍ ହୋଇଥିଲା । ଗୋଟିଏ ଫଟୋରେ ତାଙ୍କ ହାତ ଫୁଲିଥିବା ଦେଖିବାକୁ ମିଳିଥିବା ବେଳେ ଆଉ ଗୋଟିଏରେ ତାଙ୍କ ଗୋଡର ତଳ ଭାଗ ଫୁଲି ରହିଛି । ଏହି ଦୁଇଟି ଫଟୋକୁ ଦେଖି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଚର୍ଚ୍ଚା ହୋଇଥିଲା । କିନ୍ତୁ ହ୍ୱାଇଟ୍ ହାଉସ୍ ଡାକ୍ତରୀ ପରୀକ୍ଷା କରାଯାଇ କୌଣସି ଚିନ୍ତାର ବିଷୟ ନାହିଁ ବୋଲି କୁହାଯାଇଛି । ରାଷ୍ଟ୍ରପତି ଟ୍ରମ୍ପଙ୍କ ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ସୁସ୍ଥ ଅଛି ।



