www.samajalive.in
Sunday, December 7, 2025
26.1 C
Bhubaneswar

ବେସରକାରୀ ନର୍ସିଂ କଲେଜରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର

ସମ୍ବଲପୁର: ସମ୍ବଲପୁର ସଦରଥାନା ଅନ୍ତର୍ଗତ ଜୟନ୍ତଛକ ନିକଟରେ ଥିବା ଏକ ବେସରକାରୀ ନର୍ସିଂ କଲେଜରେ ଜଣେ ଛାତ୍ରୀଙ୍କ ସନ୍ଦେହ ଜନକ ଭାବେ ମୃତଦେହ ମିଳିଛି। ମୃତକ ଜଣକ ହେଉଛନ୍ତି ସୁତପା ମହାନ୍ତି ପଶ୍ଚିମବଙ୍ଗର ପୁରୁଲିଆ ଜ଼ୀଲ୍ଲାର। କିଛି ଦିନ ପୂର୍ବରୁ ସୁତପା ଘରକୁ ଯାଇଥିଲେ। ଘରୁ ଆସିଲା ପରେ ସେ ଟିକେ ଏକା ଏକା ରହୁଥିଲେ। ସେ ମାନସିକ ଚାପରେ ମଧ୍ୟ ରହୁଥିବା କହିଛନ୍ତି କଲେଜ କତ୍ତୃପକ୍ଷ। ସେ କଲେଜ ହଷ୍ଟେଲରେ ନରହି କଲେଜ କ୍ୟାମ୍ପସ ଭିତରେ ଥିବା ଏକ ରୁମ ରେ ଏକା ରହୁଥିଲେ। ସୋମବାର ସକାଳୁ ତାଙ୍କର ଜଣେ ସାଙ୍ଗ କ୍ଲାସ କରିବା ପାଇଁ ଡାକିଥିଲେ ହେଲେ ସୁତପା କବାଟ ଖୋଲିନଥିଲେ। ଏହା ଦେଖି ହଷ୍ଟେଲ ୱାର୍ଡନକୁ ଡାକିଥିଲେ। ୱାର୍ଡନ ଏନେଇ ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳକୁ ପହଁଚି ପ୍ରଥମେ କବାଟ ଭାଙ୍ଗିଥିଲେ। କବାଟ ଭାଙ୍ଗିଲାପରେ ଭିତରେ ସୁତପାର ମୃତଦେହ ଘରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପୋଲିସ ମୃତକଙ୍କ ପରିବାରକୁ ଏନେଇ ଖବର ଦେଇଥିଲେ। ମୃତ ଦେହକୁ ପୋଲିସ ଶବ ବ୍ୟବଚ୍ଛେଦ ଗୃହକୁ ପଠାଇ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories