www.samajalive.in
Monday, December 15, 2025
15.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ର ରସାୟନ ବିଜ୍ଞାନ ବିଭାଗର ପ୍ରଶ୍ନପତ୍ର ଲିକ: ବିକଳ୍ପ ପ୍ରଶ୍ନପତ୍ରରେ ହେଲା ପରୀକ୍ଷା

ବୁର୍ଲା :  ସମ୍ବଲପୁର ବିଶ୍ୱବିଦ୍ୟାଳୟ ଯୁକ୍ତ ୩ ଡିଗ୍ରୀ ଶ୍ରେଣୀର ତୃତୀୟ ସେମିଷ୍ଟାର ରସାୟନ ବିଜ୍ଞାନ ସମ୍ମାନ ଶ୍ରେଣୀର ଷଷ୍ଠ ପେପର ପରୀକ୍ଷା ଗୁରୁବାର ଥିବାବେଳେ ଏହାର ପ୍ରଶ୍ନପତ୍ର ଲିକ୍‍ ହୋଇଛି। ସାମାଜିକ ଗଣମାଧ୍ୟମରେ ଲିକ୍‍ ପ୍ରଶ୍ନପତ୍ର ଭାଇରାଲ ହେଲା ପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବିକଳ୍ପ ପ୍ରଶ୍ନପତ୍ର ସେଟ ତୁରନ୍ତ ପରୀକ୍ଷା କେନ୍ଦ୍ରମାନଙ୍କୁ ଇମେଲ କରି ପରୀକ୍ଷା କରାଇଛନ୍ତି। ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ. ସୂର୍ଯ୍ୟ ନାରାୟଣ ନାୟକ କହିଛନ୍ତି ଯେ, ପ୍ରଶ୍ନପତ୍ର ଲିକ ନେଇ ପୂର୍ବରୁ ସୂଚନା ମିଳିଥିବାରୁ ତୁରନ୍ତ ବିକଳ୍ପ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରମାନଙ୍କୁ ଇମେଲ କରାଯାଇଥିଲା ଏବଂ ପରୀକ୍ଷା ସୁରୁଖୁରୁରେ ହୋଇଛି। ଯଦି ଶେଷ ମୁହୁର୍ତ୍ତରେ ପ୍ରଶ୍ନପତ୍ର ଲିକ କଥା ଜଣାପଡିଥାନ୍ତା ତା ହେଲେ ପରୀକ୍ଷା ବାତିଲ କରିବାକୁ ପଡିଥାନ୍ତା ବୋଲି ପ୍ରକାଶ କରିଥିଲେ। ଏହାକୁ ନେଇ ପୁଲିସରେ ମାମଲା ରୁଜୁ କରାଯିବ ବୋଲି ସେ କହିଛନ୍ତି।

ସେ ଆହୁରି ସୂଚନା ଦେଇଛନ୍ତି ଯେ, ପ୍ରଶ୍ନପତ୍ର କେଉଁଠି ଲିକ ହୋଇଛ ତାହାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦୁଇଜଣ ଲେଖାଏଁ ଅଧିକାରୀଙ୍କୁ ନେଇ ୫ଟି ଟିମ ଗଠନ କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ଏକ ଗୁପ୍ତ କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସମୁଦାୟ ପାଞ୍ଚୋଟି ଟିମ ବିଶ୍ୱବିଦ୍ୟାଳରୁ ସନ୍ଦେହ ରହିଥିବା ପରୀକ୍ଷା କେନ୍ଦ୍ର ମାନଙ୍କୁ ଯାଇ ଏହାର ବିଧିବଦ୍ଧ ତଦନ୍ତ କରୁଥିବା ପ୍ରକାଶ କରିଛନ୍ତି। ଏହି ଟିମ ରସାୟନ ବିଜ୍ଞାନ ସମ୍ମାନ ଶ୍ରେଣୀର ପରୀକ୍ଷା ହେଉଥିବା ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯାଇ ତଦନ୍ତ କରିବେ। ଯେଉଁ ପରୀକ୍ଷା କେନ୍ଦ୍ରରୁ ପ୍ରଶ୍ନପତ୍ର ଲିକର ପ୍ରମାଣ ମିଳିବ ସେ ପରୀକ୍ଷା କେନ୍ଦ୍ରକୁ ବାତିଲ କରାଯିବା ସହ ଏହି କାରବାରରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡ. ନାୟକ ସୁଚନା ଦେଇ କହିଛନ୍ତି। ସେହିପରି ଜୀବବିଜ୍ଞାନ ବିଭାଗର ମଧ୍ୟ ପ୍ରଶ୍ନପତ୍ର ଲିକ ହୋଇଥିବା ନେଇ ତାଙ୍କୁ ଖବର ମିଳିଛି ହେଲେ ତାହା ସ୍ପଷ୍ଟ ହୋଇ ନଥିବା ସେ କହିଛନ୍ତି। ଏହା ସହିତ ବର୍ତ୍ତମାନ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନରେ ସମୁଦାୟ ୨୪୦ଟି ମହାବିଦ୍ୟାଳୟ ରହିଥିବା ସୁଚନା ଦେଇଥିଲେ। ରସାୟନ ବିଜ୍ଞାନ ବିଭାଗରେ ସମୁଦାୟ ୧୪୦୦ ଏବଂ ୨୦୦୦ ଜଣ ଜୀବବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ରହିଥିବା ସୁଚନା ହସ୍ତଗତ ହୋଇଛି। ଏହା ସହିତ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୌଣସି ତ୍ରୁଟି ହୋଇ ନ ଥିବା ବେଳେ ମହାବିଦ୍ୟାଳୟ ସ୍ତରରେ ଏହି ପ୍ରଶ୍ନପତ୍ର ଲିକ ହୋଇଥିବା ପରୀକ୍ଷା ନିୟନ୍ତ୍ରକ ଡ .ନାୟକ ସୁଚନା ଦେବା ସହିତ ଯଦିବା ପ୍ରମାଣିତ ହୁଏ ତେବେ ମହାବିଦ୍ୟାଳୟ ଏଫିଲେସନକୁ ମଧ୍ୟ ବାତିଲ କରାଯିବ ବୋଲି ସୁଚନା ଦେଇଥିଲେ।

- Advertisement -

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories