www.samajalive.in
Saturday, December 6, 2025
14.1 C
Bhubaneswar

ୱେସକୋର ଦୋମୁହାଁ ନିତି : କେବଳ ଦେୟ ଆଦାୟ ଉପରେ ଫୋକସ

ସମ୍ବଲପୁର  : ମନୁଷ୍ୟର ଦୈନନ୍ଦିନ ଆବଶ୍ୟକତା ମଧ୍ୟରେ ଅନ୍ୟତମ ପ୍ରମୁଖ ଚାହିଦା ହେଉଛି ବିଦ୍ୟୁତ। ତେବେ ଓଡିଶାରେ ବହୁ ବିଜୁଳି ଦେୟ ଅନାଦେୟ ହୋଇ ରହିଛି ବୋଲି ବିଦ୍ୟୁତ ବିତରଣକାରୀ ସଂସ୍ଥାମାନେ କହୁଛନ୍ତି। ଏଣୁ ଗତ ମାସ ୧୬ ତାରିଖରୁ ରାଜ୍ୟରେ ଅନାଦେୟ ବିଦ୍ୟୁତ ଦେୟ ଗୁଡିକୁ ଆଦାୟ କରାଯିବା ପାଇଁ ଏକ ଅଭିଯାନ ଆରମ୍ଭ କରାଯାଇଛି ବୋଲି ବିଦ୍ୟୁତ ବିତରଣ କମ୍ପାନୀମାନେ ସୂଚନା ପ୍ରଦାନ କରିଛନ୍ତି। ଏହି କ୍ରମରେ ୱେସକୋ ତରଫରୁ ଆଗାମୀ ୧୭ ତାରିଖରୁ ତାର ଅଧିନସ୍ଥ କ୍ଷେତ୍ରରେ ଏହା ଆରମ୍ଭ ହେବ। ବିଦ୍ୟୁତ ଦେୟ ନ ଦେଲେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ଚେତାବନୀ ମଧ୍ୟ ଜାରି କରାଯାଇଛି। ଏଣୁ ବିଦ୍ୟୁତ ଗ୍ରାହକମାନଙ୍କ ମନରେ ଛନକା ପଶି ଯାଇଛି।

ଏଭଳି ସ୍ଥଳରେ ସୂଚନା ଅଧିକାର କର୍ମୀ ବୃନ୍ଦାବନ ମିଶ୍ର ପଶ୍ଚିମ ଓଡିଶାରେ ବିଦ୍ୟୁତ ସେବା ବିତରଣ କରୁଥିବା କମ୍ପାନୀ ୱେସକୋ ଠାରୁ ଗତ ୨୦୧୮ ଜାନୁଆରୀରୁ ଡିସେମ୍ବର ୨୦୧୯ ମଧ୍ୟରେ ତୃଟିପୂର୍ଣ୍ଣ ମିଟର ସମ୍ବନ୍ଧରେ ମିଳିଥିବା ଅଭିଯୋଗ ସର୍ମ୍ପକରେ ତଥ୍ୟ ମାଗିଥିଲେ। ସୂଚନା ଅଧିକାର ଅନୁଯାୟୀ ବୃନ୍ଦାବନ ଏହି ତଥ୍ୟ ଜନସର୍ମ୍ପକ ଅଧିକାରୀ, ସମ୍ବଲପୁର ଇଲେକଟ୍ରିକାଲ ସାର୍କିଲ, ଅଇଁଠାପାଲୀ ସମ୍ବଲପୁରଙ୍କୁ ଗତ ୨୦୧୯ ଡିସେମ୍ବର ୩୧ରେ ମାଗିଥିଲେ। ତେବେ ଜନ ସର୍ମ୍ପକ ଅଧିକାରୀ ନିଜ ମୁଣ୍ଡରୁ ଅଠା ଖସାଇବା ପାଇଁ ଜାନୁଆରୀ ୨ତାରିଖରେ ଏକ ଚିଠି(ସଂଖ୍ୟା ଏସଇ- ଆରଟିଆଇ./ ୧୯, ତା. ୦୨.୦୧.୨୦୨୦) କରି ସମ୍ବଲପୁର ବିଦ୍ୟୁତ ସର୍କଲ ଅଧିନସ୍ଥ ସମସ୍ତ ଡିଭିଜନମାନଙ୍କୁ ତଥ୍ୟ ସିଧାସଳଖ ସୂଚନା ମାଗିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ଚିଠି ଜାରି ହେବାର ଇତି ମଧ୍ୟରେ ୧ ମାସରୁ ଉର୍ଦ୍ଧ୍ବ ସମୟ ହୋଇ ସାରିଥିବା ବେଳେ ଏ ପର୍ଯ୍ୟନ୍ତ ସୂଚନା ମାଗିଥିବା ବୃନ୍ଦାବନଙ୍କୁ କୌଣସି କାର୍ଯ୍ୟାଳୟରୁ କୌଣସି ପ୍ରକାରର ସୂଚନା କିମ୍ବା ତଥ୍ୟ ପ୍ରଦାନ କରାଯାଇ ନାହିଁ। ପୂର୍ବରୁ ବିଦ୍ୟୁତ ସେବା ପ୍ରଦାନରେ ଦୁର୍ବଳ ୱେସକୋ ଏବେ ସଠିକ ତଥ୍ୟ ପ୍ରଦାନରେ ମଧ୍ୟ ଟାଳଟୁଳ ନିତି ଅପଣେଇ କେବଳ ଅର୍ଥ ଆଦାୟ ଉପରେ ଫୋକସ କରିଥିବାର ସ୍ପଷ୍ଟ ଭାବରେ ଅନୁମାନ କରାଯାଉଛି। ଆଗାମୀ କିଛି ଦିନ ମଧ୍ୟରେ ବକେୟା ଦେୟ ଆଦାୟ ପାଇଁ ଜୋରଦାର ଅଭିଯାନ ଚାଲୁ ହେବାକୁ ଥିବା ବେଳେ ରାଜ୍ୟରେ ବିଦ୍ୟୁତ ବିତରଣ କରୁଥିବା ତିନି କମ୍ପାନୀ ୱେସକୋ, ନେସକୋ ଓ ସାଉଥକୋର ଆଡମିନିଷ୍ଟ୍ରେଟର କମ୍ପାନୀ ଗ୍ରିଡକୋ ପକ୍ଷରୁ ରାଜ୍ୟର ସବୁ ଜିଲାପାଳମାନଙ୍କୁ ଚିଠି କରି ଅଭିଯାନ ପାଇଁ ସୁରକ୍ଷା ଯୋଗାଇ ଦେବା କହିଛନ୍ତି।

- Advertisement -

ଏଥିରୁ ସ୍ପଷ୍ଟ ହେଉଛି ଯେ, ବିଦ୍ୟୁତ ବିତରଣ କମ୍ପାନୀମାନଙ୍କର ନିଜସ୍ୱ ବହୁ ପ୍ରକାର ଭୁଲ ଥିବା ବେଳେ କିନ୍ତୁ ସେମାନେ ଜନତାଙ୍କୁ କେବଳ ହରିଲୁଟ କରିବା ପାଇଁ ଆଳ ଦେଖାଇ ଚାଲିଛନ୍ତି। ଏବେ ମଧ୍ୟ ବହୁ ସ୍ଥାନରେ ମିଟର ଗୁଡିକ ଡିଫେକ୍ଟିଭ ରହିଥିବା, ଡିଫେକ୍ଟିଭ ମିଟର ଗୁଡିକୁ ବଦଳ କରିବାରେ ଚୁପ ପଡି ରହି ଆଭରେଜ ବିଲିଂ କରିବା, ତୃଟିପୂର୍ଣ୍ଣ ବିଲ ଗୁଡିକୁ ସୁଧାରିବା ବଦଳରେ ଟାଳଟୁଳ କରି ସମୟ ଗଡାଇବା, ଲୋ ଭୋଲଟେଜ, ଅଘୋଷିତ ବିଦ୍ୟୁତ କାଟ ଆଦି ବହୁ ପ୍ରକାରର ତୃଟିପୂର୍ଣ୍ଣ ସେବା ବିଜୁଳି ବିତରଣ କମ୍ପାନୀମାନଙ୍କ କରାଯାଉଛି। ସରକାର ମଧ୍ୟ କମ୍ପାନୀମାନଙ୍କୁ ସେବାର ମାନ ବୃଦ୍ଧି କରିବା ପାଇଁ କୌଣସି ପ୍ରକାରର ପଦକ୍ଷେପ ନ ନେଇ ପରୋକ୍ଷରେ ଜନତାଙ୍କୁ ହରିଲୁଟ କରିବାରେ ସାମିଲ ହେଉଛନ୍ତି ବୋଲି ଜନତା ଅଭିଯୋଗ କରୁଛନ୍ତି। ଯାହା ଫଳରେ ଗ୍ରାହକମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ଏହି ଅସନ୍ତୋଷ ଆଗାମୀ ୧୬ ତାରିଖରୁ ପଶ୍ଚିମ ଓଡିଶାରେ ଆରମ୍ଭ ହେବାକୁ ଥିବା ବିଦ୍ୟୁତ ସରବରାହ ବିଚ୍ଛିନ୍ନ ଅଭିଯାନ ସମୟରେ ଉଗ୍ର ରୂପ ଧାରଣ କରି ପାରେ ବୋଲି ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି। ଏଣୁ ବିଦ୍ୟୁତ କମ୍ପାନୀ ଦେୟ ଆଦାୟ କରିବା ପୂର୍ବରୁ ନିଜ ମଧ୍ୟରେ ରହିଥିବା ଦୋଷ ଦୁର୍ବଳତାକୁ ଠିକ୍ କରି ଜନତାଙ୍କ ସମ୍ମୁଖକୁ ଆସିଥିବା ଉଚିତ ବୋଲି ସବୁ ମହଲରୁ ମତପ୍ରକାଶ ପାଉଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories