www.samajalive.in
Friday, December 5, 2025
20.1 C
Bhubaneswar

ଆପ୍‌ ଶିବିରରେ ସେଲିବ୍ରେସନ, ବିଜେପି କାର୍ଯ୍ୟାଳୟ ଶୂନଶାନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ମୋଟ ୨୧ କେନ୍ଦ୍ରରେ ଭୋଟ ଗଣା ଚାଲିଛି। ୭୦ ଆସନରୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ୪୯ ଏବଂ ବିଜେପି ୨୧ ଆସନରେ ଆଗୁଆ ରହିଛି। କଂଗ୍ରେସର ସ୍ଥିତି ସମ୍ପୂର୍ଣ୍ଣ ଦୁର୍ବଳ ରହିଥିବା ଜଣାପଡୁଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ସଂଖ୍ୟା ମିଳିବା ପରେ ଆପ୍‌ କର୍ମକର୍ତ୍ତାଙ୍କ ମହଲରେ ଖୁସିର ଲହରି ଦେଖିବାକୁ ମିଳିଛି। ଆପ୍‌ ଶିବିରରେ କର୍ମକର୍ତ୍ତାମାନେ ଆନନ୍ଦ ଉଲ୍ଲାସରେ ନାଚଗୀତ କରି ସେଲିବ୍ରେଶନ କରୁଥିବା ଦେଖିବାକୁ ମିଳିଛି।

- Advertisement -

ଅନ୍ୟପଟେ ବିଜେପି ମାତ୍ର ୨୧ ଆସନରେ ଆଗୁଆ ଥିବାରୁ ଦଳର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ପ୍ରକାର ନିରାଶା ଭାବ ଦେଖିବାକୁ ମିଳିଛି। ଏହାର ପ୍ରତିଫଳନ ହୋଇଛି ଦଳୀୟ କାର୍ଯ୍ୟାଳୟରୁ। ନୂଆଦିଲ୍ଲୀସ୍ଥିତ ଦଳୀୟ କାର୍ଯ୍ୟାଳୟ ଶୂନଶାନ୍‌ ରହିଛି। ଏଠାରେ କୌଣସି କର୍ମକର୍ତ୍ତାଙ୍କୁ ଦେଖିବାକୁ ମିଳୁନାହିଁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories