ସମ୍ବଲପୁର : ଆର୍ନ୍ତଜାତୀୟ ସୋଟୋକାନ କରାଟେ ୟୁନିୟନ କପ ୨୦୧୯ରେ ଓଡିଶା ଦଳକୁ ବିପୁଳ ସଫଳତା ମିଳିଛି। ଗୁଜୁରାଟ ରାଜ୍ୟର ରାଜଧାନୀ ଅହମଦାବାଦ ଠାରେ ଟ୍ରାନ୍ସ ଇଣ୍ଡିଆ ଷ୍ଟାଡିୟମ (ଏସିଆର ବୃହତ୍ତମ ଆରୋନା ଷ୍ଟାଡିୟମ) ଠାରେ ଗତ ମାସ ୨୮ ଓ ୨୯ ତାରିଖ ଦୁଇ ଦିନ ଧରି ଏହି ପ୍ରତିଯୋଗୀତା ଆର୍ନ୍ତଜାତୀୟ ସୋଟୋକାନ କରାଟେ ସଂଘ ତରଫରୁ ଆୟୋଜିତ ହୋଇଥିଲା।
ଏହି ପ୍ରତିଯୋଗୀତାରେ ଓଡିଶାରୁ ଏକ ୮ ଜଣିଆ ଦଳ ମନୋନୀତ ହୋଇ ଭାଗ ନେଇ ଥିଲେ। ଓଡିଶା ଦଳ ୪ଟି ସ୍ୱର୍ଣ୍ଣ ଓ ୪ଟି କାଂସ୍ୟ ପଦକ ସମେତ ସମୁଦାୟ ୮ଟି ପଦକ ହାସଲ କରି ରାଜ୍ୟକୁ ଗୌରବ ଆଣି ଦେଇଛନ୍ତି। ପ୍ରତିଯୋଗୀତାର କାତା ବର୍ଗରେ ଅଙ୍କିତା ଦାଶ, କୁମିତେ ବର୍ଗରେ ଆୟୁଷ ଅଂଶୁମାନ ଭୂୟାଁ, ପ୍ରଜୁଷା ମଢ଼େଇ ଏବଂ ଉଦିତ ସେଠୀ କାତା ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି କୁମିତେ ବର୍ଗରେ ସୁପ୍ରତିଷ୍ଠା ଦାଶ, ଅଂଶୁମାନ ଭୂୟାଁ, ଉଦିତ ସେଠୀ କାତା ବର୍ଗରେ ଏବଂ କୁମିତେ ବର୍ଗରେ ପ୍ରଜୁଷା ମ ଢ଼େଇ କୁମିତେ ବର୍ଗରେ କାଂସ୍ୟ ପଦକ ଲାଭ କରିଛନ୍ତି। ଓଡିଶା ଦଳ ସଫଳତା ଅର୍ଜନ କରି ଗୁରୁବାର ସକାଳ ସମୟରେ ଟ୍ରେନ ଯୋଗ ସମ୍ବଲପୁର ଠାରେ ପହଞ୍ଚିଥିଲେ। ଏହି ଅବସରରେ ପ୍ରମୋଦ କୁମାର ଦାସ, ବ୍ରଜକିଶୋର ଭୂୟାଁ, ଅନିଶ ବାଗ, ଭ୍ରମର ବର ଦାସ ଙ୍କ ସମେତ ବହୁ କ୍ରୀଡାପ୍ରେମୀ ଉପସ୍ଥିତ ରହି ପ୍ରତିଯୋଗୀ ମାନଙ୍କୁ ପୁଷ୍ପ ମାଲ୍ୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ। ଦଳର ସଫଳତା ପାଇଁ ସବୁ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି।



