www.samajalive.in
Monday, December 15, 2025
14.1 C
Bhubaneswar

ହଜ୍ ଯାତ୍ରା କରାଇବା ନାଁରେ ଲକ୍ଷାଧିକ ଟଙ୍କାର ଠକେଇ, ଅଭିଯୁକ୍ତ ଫେରାର

ସମ୍ବଲପୁର: ସମ୍ବଲପୁର ଠାରେ ମୁସଲିମ ସମ୍ପ୍ରଦାୟର ଶ୍ରଦ୍ଧାଳୁ ମାନଙ୍କୁ ସୁଲଭ ଦର ଓ ସୁବିଧାରେ ହଜ୍ ଯାତ୍ରା କରାଇବା ନାମରେ ଲକ୍ଷାଧିକ ଟଙ୍କାର ଠକେଇ ହୋଇଥିବାର ଅଭିଯୋଗ ଧନୁପାଲୀ ଥାନାରେ ହୋଇଛି। ପିଡିତ ବ୍ୟକ୍ତି ମାନେ ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, କୁମ୍ଭାରପଡା ନିବାସୀ ଅବଦୁଲ ରହିମ ନାମକ ଜଣେ ଯୁବକ ହାଜି ଉମରାହ ଜିଆରତ ଆଣ୍ଡ ଟୁର ନାମକ ଏକ ସଂସ୍ଥା ସ୍ଥାନୀୟ ମୋଦିପଡାରେ ଖୋଲିଥିଲେ। ଅବଦୁଲ ମୁସଲିମ ସମ୍ପ୍ରଦାୟର ବହୁ ଲୋକଙ୍କୁ ସୁବିଧା ଓ ଶସ୍ତାରେ ହଜ୍ ଯାତ୍ରା କରାଇବା ପାଇଁ ହୋଟେଲ, ଟିକେଟ ଆଦି ପାଇଁ ବହୁ ମାସ ହେବ ବିଭିନ୍ନ କିସ୍ତିରେ ପ୍ରାୟ ୨୮ ଲକ୍ଷ ଟଙ୍କା ନେଇଥିଲେ। ଅଭିଯୁକ୍ତ ଅବଦୁଲ ହଜ ଯାତ୍ରାରେ ଯିବା ପାଇଁ ଲୋକ ମାନଙ୍କୁ ଛତିଶଗଡ ରାଜ୍ୟର ଅକବର ଟୁର ଆଣ୍ଡ ଟ୍ରାଭେଲସ ଜରିଆରେ ଟିକେଟ ଓ ହୋଟେଲ ବୁକିଂ କରିଥିବା କହି ବିଭିନ୍ନ ଟିକଟ ଓ ହୋଟେଲ ବୁକିଂ ରସିଦ ଆଦି ପ୍ରଦାନ କରିଥିଲେ।

କିନ୍ତୁ ନିର୍ଦ୍ଧାରିତ ସମୟରେ ହଜ୍  ଯାତ୍ରୀ ମାନେ ଝାରସୁଗୁଡା ବିମାନବନ୍ଦରକୁ ଯିବା ପରେ ସେମାନେ ଠକେଇର ଶିକାର ହୋଇଥିବାର ଜାଣିବାକୁ ପାଇଥିଲେ। ଏଣୁ ହଜ୍ ଯାତ୍ରୀ ଓ ସର୍ମ୍ପକୀୟ ମାନେ ରାୟପୁର ସ୍ଥିତ ସଂପୃକ୍ତ ଟ୍ରାଭେଲ ଏଜେନସି ସହିତ ଯୋଗାଯୋଗ କରିବାରୁ ସେମାନେ ସେଭଳି କୌଣସି ହଜ୍ ଯାତ୍ରା ପାଇଁ ଟିକେଟ ଓ ହୋଟେଲ ବୁକିଂ ଆଦି କରି ନ ଥିବା ସହିତ କାହାରି ନିକଟରୁ ଏ ବାବଦରେ ଟଙ୍କା ମଧ୍ୟ ନେଇ ନ ଥିବାର କହିଥିଲେ। ଏଣୁ ସମ୍ବଲପୁରରେ ଅଭିଯୁକ୍ତ ଅବଦୁଲଙ୍କୁ ଟଙ୍କା ଦେଇଥିବା ଲୋକେ ଏ ବାବଦରେ ପଚାରିବାରୁ ସେ ସମସ୍ତ ଟଙ୍କା ସଂପୃକ୍ତ ଟ୍ରାଭେଲ ଏଜେନସିକୁ ଦେଇଥିବା ଏବଂ ଏବେ ସେ ଆଉ କିଛି କରିପାରିବେ ନାହିଁ ବୋଲି କହିଥିଲେ। ତେବେ ଟଙ୍କା ଦେଇଥିବା ଲୋକେ ଏ ସର୍ମ୍ପକରେ ବାରମ୍ବାର ଟଙ୍କା ଫେରାଇବା ପାଇଁ କହିବାରୁ ସେ ଟଙ୍କା ନ ଫେରାଇବେ ନାହିଁ ବୋଲି ରୋକଠୋକ ମନା କରି ଦେଇଥିଲେ।

- Advertisement -

ଠକେଇର ଶିକାର ହୋଇଥିବା ୩୫ ଜଣ ପୁରୁଷ ଓ ମହିଳା ଧନୁପାଲୀ ଥାନାରେ ବୁଧବାର ଦିନ ଅଭିଯୋଗ କରିଛନ୍ତି। ଏଣୁ ଧନୁପାଲୀ ଥାନାରେ ମାମଲା ନଂ ୪୪୫/୨୦୧୯ ରୁଜୁ କରାଯାଇଛି। ଏ ସର୍ମ୍ପକରେ ଧନୁପାଲୀ ଥାନା ଅଧିକାରୀ କହିଛନ୍ତି ଯେ, ଏଭଳି ଏକ ଆର୍ଥିକ ଠକେଇର ମାମଲା ଅଭିଯୋଗ ହୋଇଛି। ମାମଲାର ତଦନ୍ତ କରାଯାଉଛି ଏବଂ ଏ ପର୍ୟ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ତେବେ ଅଭିଯୁକ୍ତ ଜଣକ ସମ୍ବଲପୁର, ରାଉରକେଲା, ଝାରସୁଗଡା ଆଦି ଅଞ୍ଚଳରେ ଶତାଧିକ ଲୋକଙ୍କୁ ଠକିଥିବାର ଅଭିଯୋଗ ହେଉଛି। ପିଡିତ ବ୍ୟକ୍ତି ମାନେ ଧନୁପାଲୀ ଥାନାରେ ଅଭିଯୋଗ କରିବା ପରେ ଏସପି ସମ୍ବଲପୁରଙ୍କୁ ସାକ୍ଷାତକାର କରି ଅଭିଯୁକ୍ତ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ସହିତ ଟଙ୍କା ଫେରସ୍ତ ପାଇବା ପାଇଁ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories