ସମ୍ବଲପୁରରେ ଫ୍ରି-ଫୁଡ ଏଟିଏମ

ସମ୍ବଲପୁର:  ସମ୍ବଲପୁର ଜିଲା ମୁଖ୍ୟାଲୟ ହସ୍ପିଟାଲରେ ସ୍ବଇଚ୍ଛା ସଙ୍ଗଠନ ପକ୍ଷରୁ ମଙ୍ଗଳବାର ଫ୍ରି-ଫୁଡ ଏଟିଏମ ସ୍ଥପାନ କରାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି, ଖାଦ୍ୟକୁ ନଷ୍ଟ କରାନଯାଇ ଏହାର ସଠିକ ସଂରକ୍ଷଣ କରିବା । ଯେଉଁ ଖାଦ୍ୟକୁ ଆପଣ ନଷ୍ଟ କରୁଛନ୍ତି, ତାକୁ ନଷ୍ଟ ନକରି ଏହି ରେଫ୍ରିଜେଟରରେ ଆଣି ସଠିକ ଭାବେ ସଂରକ୍ଷଣ କରିବେ । ଖାଦ୍ୟ କିପରି ସୁରକ୍ଷିତ ରହିବ, ସେନେଇ ମଧ୍ୟ ଏହି ରେଫ୍ରିଜେଟର ଉପରେ ସୂଚନା ଦିଆଯାଇଛି । ଯେଉଁ ଖାଦ୍ୟ ଆପଣ ଏଥିରେ ରଖୁଛନ୍ତି, ତାହା ଆଉ ଜଣେ କିଏ ଖାଇବେ । ସେଥିପାଇଁ ଯେଉଁ ଖାଦ୍ୟ ଆପଣ ରଖୁଛନ୍ତି ତାହା ଅଇଁଠା ହୋଇନଥିବା ଦରକାର ଏବଂ ତାହା ଯେପରି ନଷ୍ଟ ମଧ୍ୟ ହୋଇନଥିବ । ଖାଦ୍ୟକୁ ଉପଯୁକ୍ତ ପ୍ୟାକିଂ କରିବା ସହ, ସେଥିରେ ପ୍ୟାକିଂ ତାରିଖ ଏବଂ କେତେ ଦିନ ଏହା ସୁରକ୍ଷିତ ରହିବ ସେନେଇ ଏକ୍ସପାରୀ ତାରିଖ ମଧ୍ୟ ଉଲ୍ଲେଖ କରିବାକୁ ହେବ ।  ଖାଦ୍ୟକୁ ଛୋଟ ପରିମାଣରେ ପ୍ୟାକ କରିବାକୁ ହେବ । ରନ୍ଧା ହୋଇଥିବା ଖାଦ୍ୟ, ଏହା ସହ ଫଳ, କ୍ଷୀର କିମ୍ବା ବ୍ରେଡ୍ ଆଦି ଖାଦ୍ୟ ଆପଣ ଏଥିରେ ରଖିପାରିବେ । ଆପଣ ରଖୁଥିବା ଖାଦ୍ୟ ଯେପରି କାହାର ସ୍ୱାସ୍ଥ୍ୟ ଖରାପ ନକରେ ସେଥିପ୍ରତି ଆପଣଙ୍କୁ ବିଶେଷ ଭାବେ ଦୃଷ୍ଟି ଦେବାକୁ ପଡିବ ।

kalyan agarbati

Comments are closed.