ସମ୍ବଲପୁରରେ ମହମ୍ମଦ ଜୟନ୍ତୀ ପାଳିତ
ସମ୍ବଲପୁର: ପ୍ରୋଫେଟ ମହମ୍ମଦଙ୍କର ପବିତ୍ର ଜୟନ୍ତୀ ରବିବାର ସମ୍ବଲପୁର ସହରରେ ପାଳନ କରାଯାଇଛି। ଏହି ଅବସରରେ ମୁସଲିମ ସମ୍ପ୍ରଦାୟର ପ୍ରତ୍ୟେକ ଘରେ ସ୍ୱତନ୍ତ୍ର ଭାବରେ ଖିରି କରାଯାଇ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପଡା ମାନଙ୍କୁ ଭବ୍ୟ ଶୋଭାଯାତ୍ର ବାହାରି ଜିଲା ସ୍କୁଲ ଛକରେ ଏକତ୍ରିତ ହୋଇ ଭିଏସଏସ ମାର୍ଗ ଦେଇ ଲକ୍ଷ୍ମୀ ଟକିଜ ଛକ, ଗୋଲ ବଜାର ଛକ ଦେଇ ପୀରବାବା ଛକରେ ପହଞ୍ଚିଥିଲେ। ଏହି ଶୋଭାଯାତ୍ରା ପରେ ବିଭିନ୍ନ ପଡା ମାନଙ୍କରେ ପ୍ରବଚନ ଓ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଭୋଜିଭାତ ହୋଇଥିଲା। ଏହି ଅବସରରେ ବିଭିନ୍ନ ମସଜିଦ, ଡାକ୍ତରଖାନା, ଅନାଥାଶ୍ରମ ଓ ପ୍ରମୁଖ ସ୍ଥାନ ମାନଙ୍କରେ ମିଷ୍ଟାନ୍ନ, ଫଳ ଓ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏହି ଅବସରରେ ଭାଇଚାରାର ସନ୍ଦେଶ ଦେଇ ଶିଖ ସମାଜର ଗୁରୁଦ୍ୱାରା ପ୍ରବନ୍ଧକ କମିଟୀ ତରଫରୁ ଗୋଲ ବଜାର ଓ ଭୀମ ଆର୍ମି ତରଫରୁ ଜିଲାସ୍କୁଲ ଛକରେ ଶୋଭାଯାତ୍ରାକାରୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଜଳପାନର ବ୍ୟବସ୍ଥା କରାଯାଇଥିଲା। ଏହି ସମୟରେ ସହରରେ ଆଇନ ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା।
Comments are closed.